Breaking PLUSଓଡ଼ିଶାମୁଖ୍ୟ ଖବର

୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ୍, ଓଡ଼ିଶା ବିଜୟୀ

୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ୍ ରେ ଓଡ଼ିଶା ହକି ଦଳ ଆଜି ସ୍ବର୍ଣ୍ଣ ପଦକ ହାସଲ କରିଛି। ଚେନ୍ନାଇର ମେୟର ରାଧାକ୍ରିଷ୍ଣନନ୍‌ ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ଆଜିର ମ୍ୟାଚ୍ ରେ ଟିମ୍ ହରିୟାଣାକୁ ପରାସ୍ତ କରି ଟିମ୍ ଓଡ଼ିଶା ଏହି ଐତିହାସିକ ବିଜୟ ହାସଲ କରିଛି।

କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ବିଭାଗର ବରିଷ୍ଠ ଅଧିକାରୀ, ଭାରତୀୟ ପୋଲିସ ସେବାର ଶିକ୍ଷାନବିସ, ହାଇ ପରଫରମାନ୍ସ ସେଣ୍ଟର ଓ କ୍ରୀଡ଼ା ଛାତ୍ରବାସର କ୍ରୀଡ଼ାବିତ୍ ମାନେ ଆଭାସୀ ମାଧ୍ୟମରେ ଆଜି ଓଡ଼ିଶା ଓ ହରିୟାଣା ମଧ୍ୟରେ ହେଉଥିବା ଫାଇନାଲ ମ୍ୟାଚ୍ ଦେଖିଥିଲେ।

ଓଡ଼ିଶା ଟିମ୍ ର ଏହି ଐତିହାସିକ ବିଜୟ ପରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଟିମର କ୍ୟାପଟେନ୍‌ ଦୀପ୍ସନ୍‌ ତିର୍କୀଙ୍କୁ ଟିମ୍ ଓଡ଼ିଶାର ବିଜୟ ପାଇଁ ଆଭାସୀ ମାଧ୍ୟମରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Show More

Related Articles

Back to top button