Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ଶ୍ରୀମନ୍ଦିରର 4ଦ୍ୱାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ୪ ଦ୍ଵାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଶନିବାର ସଂକ୍ରାନ୍ତିଠାରୁ ଶ୍ରଦ୍ଧାଳୁମାନେ ୪ ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ। କିନ୍ତୁ ୩ ଦ୍ଵାର ଦେଇ ପ୍ରସ୍ଥାନ କରିବେ। ଉତ୍ତର ଦ୍ଵାର, ପଶ୍ଚିମଦ୍ଵାର ଏବଂ ଦକ୍ଷିଣ ଦ୍ଵାର ବାଟେ ଶ୍ରଦ୍ଧାଳୁମାନେ ବାହାରକୁ ଆସିବେ। କିନ୍ତୁ ସିଂହଦ୍ଵାର ଦେଇ ପ୍ରସ୍ଥାନ କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟରେ ସରକାର ବଦଳିବା ପରେ ଶ୍ରମନ୍ଦିରରେ ଦର୍ଶନ ପାଇଁ ୪ ଦ୍ଵାର ଫିଟା ଯାଇଥିଲା। ୪ ଦ୍ଵାର ଦେଇ ଶ୍ରଦ୍ଧାଳୁ ଭିତରକୁ ଯାଉଥିଲେ। କିନ୍ତୁ କିଛିଦିନ ପରେ ସେହି ବ୍ୟବସ୍ଥା ବନ୍ଦ କରିଦିଆଯାଇଥିଲା। ବର୍ତ୍ତମାନ କାର୍ତ୍ତିକ ମାସ ସରିବା ପରେ ପୁଣି ଥରେ ପ୍ରଶାସନ ଉକ୍ତ ବ୍ୟବସ୍ଥା ଲାଗୁ କରୁଥିବା କୁହାଯାଉଛି।

Show More

Related Articles

Back to top button