Breaking PLUSଓଡ଼ିଶାମୁଖ୍ୟ ଖବର

ରୁପା ଛାଉଣି ହେବ ଶ୍ରୀମନ୍ଦିରର ପତିତପାବନ ମନ୍ଦିର

ପୁରୀ : ଶ୍ରୀମନ୍ଦିରର ସିଂହଦ୍ବାର ପତିତପାବନ ମନ୍ଦିର ସହ ଅନ୍ୟ ସ୍ଥାନକୁ ରୁପା ଛାଉଣି କରାଯିବ ବୋଲି ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ପୂର୍ବ ପରିଚାଳନା ବୈଠକରେ ଶ୍ରୀମନ୍ଦିରର ବିଭିନ୍ନ ମନ୍ଦିରକୁ ରୁପା ଛାଉଣି କରିବା ବିଷୟରେ ଆଲୋଚନା ହୋଇଥିଲା। ଏନେଇ ଗୁରୁବାର ସେବାୟତମାନଙ୍କୁ ଡ଼ିଜାଇନ ଦେଖାଇବା ସହ ସବିଶେ‌ଷ‌ ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ସିଂହଦ୍ବାର ପତିତପାବନ ମନ୍ଦିର,ପତିତପାବନ ମନ୍ଦିର ଗୁମୁଟ ଦ୍ବାର ବନ୍ଧ, ମହାପ୍ରଭୁଙ୍କ ରତ୍ନପଲଙ୍କ, ଭଣ୍ଡାର ଘର ନିକଟ ଲୋକନାଥ ମନ୍ଦିର ବନ୍ଧର ରୁପା ଛାଉଣି ସହ ୭ଟି ଚଳନ୍ତି ପ୍ରତିମାଙ୍କ ପ୍ରଭା ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ସିଂହଦ୍ବାର ପତିତପାବନ ମନ୍ଦିର ଏବଂ ପତିତପାବନ ମନ୍ଦିର ଗୁମୁଟ ଦ୍ବାର ବନ୍ଧ ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୫ ସୁଦ୍ଧା ଶେ‌ଷ କରାଯିବ। ମହାପ୍ରଭୁଙ୍କ ରତ୍ନପଲଙ୍କ, ଭଣ୍ଡାର ଘର ନିକଟ ଲୋକନାଥ ମନ୍ଦିର ବନ୍ଧର ରୁପା ଛାଉଣି ସହ ୭ଟି ଚଳନ୍ତି ପ୍ରତିମାଙ୍କ ପ୍ରଭା ନିର୍ମାଣ କାର୍ଯ୍ୟ ମାର୍ଚ୍ଚ ମାସ ସୁଦ୍ଧା ଶେ‌ଷ‌ ହେବ ବୋଲି ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Show More

Related Articles

Back to top button