Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଡୋମିନିକା ରାଜ୍ୟଗୋଷ୍ଠୀର ସର୍ବୋଚ୍ଚ ଜାତୀୟ ସମ୍ମାନ ପାଇବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡୋମିନିକା ରାଜ୍ୟଗୋଷ୍ଠୀର ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରାଯିବ। ଏ ସମ୍ପର୍କରେ ଡୋମିନିକା ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତା ସପ୍ତାହରେ ଗୁୟାନାରେ ହେବାକୁ ଥିବା ଇଣ୍ଡିଆ-କାରିକମ୍‌ ସମ୍ମିଳନୀରେ ରାଷ୍ଟ୍ରପତି ସିଲଭାଇନ ବର୍ଟନ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ। କୋଭିଡ-୧୯ ସମୟରେ ଡୋମିନିକା ରାଷ୍ଟ୍ରଗୋଷ୍ଠୀ ପ୍ରତି ଭାରତ ଅବଦାନ ଏବଂ ସହାୟତା ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ। ଡୋମିନିକା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ସଂହତି ସହିତ ସ୍ଵାସ୍ଥ୍ୟ, ଶିକ୍ଷା ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ସମର୍ଥନ ପାଇଁ ଡୋମିନିକା ପକ୍ଷରୁ କୃତଜ୍ଞତା ସ୍ଵରୂପ ତାଙ୍କୁ ସମ୍ମାନିତ କରାଯିବ ବୋଲି ଏହାର ପ୍ରଧାନମନ୍ତ୍ରୀ ରୁଜଭେଲ୍‌ଟ ସ୍କେରିଟ୍‌ କହିଛନ୍ତି। କୋଭିଡ ସମୟରେ ୨୦୨୧ ଫେବୃୟାରୀରେ ଭାରତ ଡୋମିନିକାକୁ ୭୦ ହଜାର ଆଷ୍ଟ୍ରାଜେନେକା କରୋନା ଟିକା ପଠାଇଥିଲା।

Show More

Related Articles

Back to top button