Breaking PLUSଓଡ଼ିଶାମୁଖ୍ୟ ଖବର

ଟ୍ରକ ପଛକୁ ଧକ୍କା ଦେଲା ଆଉ ଏକ ଟ୍ରକ୍

କେନ୍ଦୁଝର: ଆନନ୍ଦପୁର ଏନଏଚ୍-୨୦ ଦରଖଳା ନିକଟରେ ଟ୍ରକ ପଛକୁ ଧକ୍କା ଦେଲା ଆଉ ଏକ ଟ୍ରକ୍।  ବିଳମ୍ବିତ ରାତିରୁ ଷ୍ଟିୟରିଂରେ ଚାପି ହୋଇ ରହିଥିଲେ ଡ୍ରାଇଭର। ଦୀର୍ଘ ୫ ଘଣ୍ଟା ପରେ ଦମକଳବାହିନୀ ଡ୍ରାଇଭର ଜଣଙ୍କୁ ଉଦ୍ଧାର କରିଛନ୍ତି । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ଦରଖଳା ଛକ ନିକଟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଯାଉଥିବାବେଳେ ଅନ୍ୟ ଏକ ଟ୍ରକ୍ ପଛରୁ ଧକ୍କା ଦେଇଥିଲା। ଫଳରେ ଦୀର୍ଘ ସମୟ ଧରି ଡ୍ରାଇଭର ଜଣକ ଷ୍ଟିୟରିଂରେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ସ୍ଥାନୀୟ ପୁଲିସ୍ ଏବଂ ଅଗ୍ନିଶମବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିବାକୁ  ଉଦ୍ୟମ ଜାରି ରଖିଥିଲେ। ଶେଷରେ ଦୀର୍ଘ ୫ ଘଣ୍ଟା ପରେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି।

Show More

Related Articles

Back to top button