Breaking PLUSଓଡ଼ିଶାମୁଖ୍ୟ ଖବର

କାଲିଠୁ ଐତିହାସିକ ବାଲିଯାତ୍ରା

କାଲିଠୂୁ ଐତିହାସିକ କଟକ ବାଲିଯାତ୍ରା। ଏହା ପୂର୍ବରୁ ପ୍ରସ୍ତୁତି ନେଇ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ। ଶୁକ୍ରବାର ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଏହି ମେଳାକୁ ଉଦଘାଟନ କରିବେ। ବୋଟ୍ କ୍ଲବଠାରୁ ୪ଟି ବୋଇତରେ ମଞ୍ଚ ନିକଟକୁ ଆସିବେ ଅତିଥି। ଏହି ଅବସରରେ ଯୋଗ ଦେବେ ୧୩ ଦକ୍ଷିଣ ପୂର୍ବ ଏସୀୟ ଦେଶର ରାଷ୍ଟ୍ରଦୂତ। ଗତବର୍ଷ ୬୦ ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ବୁଲିଥିବାବେଳେ ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ବାଲିଯାତ୍ରା ଭିଡ଼। ଏସିଆ ମହାଦେଶର ଏହି ସର୍ବବୃହତ ମୁକ୍ତାକାଶ ମେଳାରେ ୭୦ ଲକ୍ଷ ଜନସମାଗମ ଆକଳନ କରିଛି ଜିଲା ପ୍ରଶାସନ।

Show More

Related Articles

Back to top button