Breaking PLUSଓଡ଼ିଶାମୁଖ୍ୟ ଖବର

ବିଜେଡି ଆନ୍ଦୋଳନରେ ବିଜେଡି ନାହିଁ

ଜୟପୁର: ବିଜେଡିର ପୌର କାର୍ଯ୍ୟାଳୟ ଘେରାଉରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ବିଜେଡି ପକ୍ଷରୁ ଚାଲିଥିବା ଆନ୍ଦୋଳନରେ ନାହାନ୍ତି ବିଜେଡି କାଉନସିଲର । ଜଗନ୍ନାଥ ସାଗର ପୁନରୁଦ୍ଧାର ଦୁର୍ନୀତି ନେଇ ବିଜେଡି ଆନ୍ଦୋଳନ କରୁଛି । ପୂର୍ବ ବିଧାୟକ ରବି ନନ୍ଦଙ୍କ ନେତୃତ୍ବରେ ପୌର କାର୍ଯ୍ୟାଳୟ ଘେରିଛି ବିଜେଡି  ।ତେବେ ରବି ନନ୍ଦଙ୍କ ନେତୃତ୍ବାଧୀନ ଆନ୍ଦୋଳନରେ ନାହାନ୍ତି ବିଜେଡି କାଉନସିଲର  ।ବିଜେଡିର ଉପାଧ୍ୟକ୍ଷ ଏବଂ ୧୫ କାଉନସିଲର ଆନ୍ଦୋଳନରେ ଅନୁପସ୍ଥିତ  ।ବିଜେଡି ଆନ୍ଦୋଳନରେ ବିଜେଡି କାଉନସିଲର ନଥିବାରୁ ବଢ଼ିଲା ଚର୍ଚ୍ଚା ।

Show More

Related Articles

Back to top button