Breaking PLUSଓଡ଼ିଶାମୁଖ୍ୟ ଖବର

ଅଲମୋରାରେ ଖାଇକୁ ଖସିଲା ଯାତ୍ରୀବାହୀ ବସ୍, 38 ମୃତ

ଉତ୍ତରାଖଣ୍ଡର ଅଲମୋରାରେ ସୋମବାର ସକାଳେ ଖାଇକୁ ଯାତ୍ରୀବାହୀ ବସ୍‌ ଖସି ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୩୮ରେ ପହଞ୍ଚିଛି। ଗୁରୁତର ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି କୁହାଯାଉଛି। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନାନୁଯାୟୀ, ଉତ୍ତରାଖଣ୍ଡର ଅଲମୋରା କୁପିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା। ଏକ ଯାତ୍ରୀବାହୀ ବସ୍‌ ଖାଇକୁ ଖସି ପ୍ରଥମେ ଏଥିରେ ୧୫ରୁ ଯାତ୍ରୀ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। ବସ୍‌ରେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହି ଦୁର୍ଘଟଣା ମାର୍ଚୁଲା ନିକଟରେ ଘଟିଛି । ବସ୍‌ଟି ପୌରୀରୁ ରାମନଗର ଆଡକୁ ଆସୁଥିଲା । ଖବର ପାଇ ନୈନିତାଲ ଜିଲାର ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟିଥିବା ସ୍ଥାନଟି ଏକ ପାହାଡିଆ ସ୍ଥାନ ହୋଇଥିବା ବେଳେ ସେଠାରେ ଏକ ଛୋଟ ନଦୀ ମଧ୍ୟ ରହିଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Show More

Related Articles

Back to top button