Breaking PLUSଦେଶମୁଖ୍ୟ ଖବର

କେଓ୍ବାଡିଆରୁ ଆତଙ୍କବାଦୀଙ୍କୁ କଡା ଚେତାବନୀ ଦେଲେ ପିଏମ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ପଟେଲ ଜୟନ୍ତୀ ଅବସରରେ ଗୁରୁବାର ସକାଳେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଂଜଳି ଅର୍ପଣ କରିଛନ୍ତି । ସକାଳେ ଆୟୋଜିତ ପରେଡରେ ଉପସ୍ଥିତ ରହି ସୁରକ୍ଷା ଦଳର ପରେଡର ସଲାମୀ ନେଇଥିଲେ । ସମାରୋହରେ ଉପସ୍ଥିତ ସମସ୍ତ ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଏକତାର ଶପଥ ପାଠ କରାଇଥିଲେ । କେୱାଡିଆରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟ ପ୍ରଧାନମନ୍ତ୍ରୀ ଏକତା ଦିବସ ପରେଡରେ ସାମିଲ ହୋଇଥିଲେ ।

ଗୁଜୁରାଟ କେଓ୍ବାଡିଆରୁ ଆତଙ୍କବାଦୀ ମାନଙ୍କୁ କଡା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯିଏ ଭାରତ ସହ ଲାଗିବ ତାକୁ ଛଡାଯିବନି । ଆତଙ୍କୀ ମାନଙ୍କୁ ଏଭଳି ନାଲିଆଖି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହ ଅର୍ବାନ୍ ନକ୍ସଲଙ୍କୁ ଟାର୍ଗେଟ୍ କରିଛନ୍ତି । ଭାରତ ଓ୍ବାନ୍ ନେସନ୍, ଓ୍ବାନ୍ ଇଲେକ୍ସନ୍ ଓ ସେକ୍ୟୁଲାର୍ ସିଭିଲ୍ କୋର୍ଟ ଦିଗରେ ଆଗକୁ ବଢୁଛି ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ  କହିଛନ୍ତି, “ଯେତେବେଳେ ବିଶ୍ୱ ଏତେ ଅଶାନ୍ତିରେ ଥାଏ ସେତେବେଳେ ଦ୍ରୁତ ଗତିରେ ବିକାଶ କରିବା ସ୍ୱାଭାବିକ ନୁହେଁ। ଯୁଦ୍ଧ ସମୟରେ ବୁଦ୍ଧଙ୍କ ବାର୍ତ୍ତା ପହଞ୍ଚାଇବା ସ୍ୱାଭାବିକ ନୁହେଁ। ଯେତେବେଳେ ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ସମ୍ପର୍କର ସଙ୍କଟ ରହୁଛି, ସେତେବେଳେ ଭାରତ ଏକ ବିଶ୍ୱ ବନ୍ଧୁ ଭାବରେ ଉଭା ହେବା ସ୍ୱାଭାବିକ ନୁହେଁ | ଯେତେବେଳେ ଦୁନିଆରେ ଗୋଟିଏ ଦେଶ ଅନ୍ୟ ଦ୍ୱେସଠାରୁ ଦୂରେଇଯାଉଛି ସେତେବେଳେ ଦୁନିଆର ଦେଶମାନେ ଭାରତ ପାଖକୁ ଆସୁଛନ୍ତି | ଏହା ସାମାନ୍ୟ ନୁହେଁ | ଆଜି ବିଶ୍ୱ ଦେଖୁଛି ଯେ ଭାରତ କିପରି ଏହାର ସମସ୍ୟାର ସମାଧାନ କରୁଛି। “ବର୍ତ୍ତମାନ ଆମେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଉପରେ କାର୍ଯ୍ୟ କରୁଛୁ ଯାହା ଭାରତର ଗଣତନ୍ତ୍ରକୁ ମଜବୁତ କରିବ ଏବଂ ବିକଶିତ ଭାରତର ସ୍ୱପ୍ନ ହାସଲ କରିବ | ଏହା ସମୃଦ୍ଧତା ହାସଲ କରିବାରେ ଦେଶ ନୂତନ ଗତି ଲାଭ କରିବ।”

Show More

Related Articles

Back to top button