Breaking PLUSଓଡ଼ିଶାମୁଖ୍ୟ ଖବର

କଟକ ଜଗତପୁର ଥାନା ଆତୋଡ଼ା ଛକରେ ଥିବା ପ୍ରୋସେସିଂ ୟୁନିଟରେ ଚଢ଼ାଉ

କଟକରେ ନକଲି ସସ୍‌, ହଳଦୀ ଗୁଣ୍ଡ, ଜର୍ଦା, ଘିଅ ଆଦି ଠାବ ହେବା ପରେ ବର୍ତ୍ତମାନ ତାଲିକାରେ ସାମିଲ ହୋଇଛି ନକଲି କ୍ଷୀର । କଟକ ଜଗତପୁର ଥାନା ଆତୋଡା ଛକରେ ଥିବା ନକଲି କ୍ଷୀର କମ୍ପାନୀରେ ସୋମବାର ଚଢାଉ ହୋଇଛି । କମିଶନରେଟ୍‌ ପୁଲିସର ଏକ ଦଳ କୁଇଣ୍ଟାଲ କୁଇଣ୍ଟାଲ ଅପମିଶ୍ରିତ କ୍ଷୀର ଜବତ କରିଛି । ଅପମିଶ୍ରଣ କ୍ଷୀରରେ ରାସାୟନିକ ଗୁଣ୍ଡ ମିଶୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅପମିଶ୍ରଣ ଅଭିଯୋଗରେ ପୁଲିସ ଓ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଛି । କମ୍ପାନୀକୁ ସିଲ୍‌ କରାଯାଇ ପରୀକ୍ଷା ପାଇଁ କ୍ଷୀର ସାମ୍ପଲକୁ ପଠାଯାଇଛି। ମାଲିକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି ।

Show More

Related Articles

Back to top button