Breaking PLUSଦେଶମୁଖ୍ୟ ଖବର
ସମାପ୍ତ ହେବ ଡାକ୍ତରଙ୍କ ଆନ୍ଦୋଳନ, କାଲିଠୁ କାର୍ଯ୍ୟରେ ଦେବେ ଯୋଗ

କୋଲକାତା- ଆସନ୍ତାକାଲି ଶନିବାରଠାରୁ ପଶ୍ଚିମବଙ୍ଗର ଜୁନିୟର ଡାକ୍ତର ଆନ୍ଦୋଳନରୁ ଓହରିବେ ଏବଂ କାର୍ଯ୍ୟରେ ଯୋଗଦେବେ ବୋଲି ସୂଚନା ମିଳିଛି। ଏହାସହିତ ଶନିବାରଠାରୁ ଜରୁରୀ ମେଡ଼ିକାଲ ସେବାରେ ଯୋଗଦେବେ, କିନ୍ତୁ ଓପିଡି ସେବା ଯୋଗାଇ ଦେବେ ନାହିଁ। ସ୍ବାସ୍ଥ୍ୟ ଭବନ ସାମ୍ନାରେ ବସିଥିବା ଧାରଣା ପ୍ରତ୍ୟାହାର କରିବେ। ଅଭୟାକୁ ନ୍ୟାୟ ଦାବିରେ ୪୧ ଦିନ ହେଲା ଆନ୍ଦୋଳନ କରୁଥିଲେ। କଲକାତା ଆଇଜି କଲେଜରେ ଜୁନିୟ ଡାକ୍ତର ସଂଘର କର୍ମକର୍ତ୍ତା ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ ସହ ଆନ୍ଦୋଳନ ଚଳାଇଥିଲେ।