Breaking PLUSଓଡ଼ିଶାମୁଖ୍ୟ ଖବର
ରତ୍ନଭଣ୍ଡାର ଯାଂଚ ପାଇଁ ଏଏସଆଇକୁ ଅନୁମତି

ପୁରୀ- ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏଏସ୍ଆଇକୁ ଶନିବାର ଅନୁମତି । ଭାରତୀୟ ବୈଷୟିକ ପ୍ରତିଷ୍ଠାନ ଏବଂ କେନ୍ଦ୍ରୀୟ କୋଠାବାଡ଼ି ଗବେଷଣା ସଂସ୍ଥା ସିବିଆରଆଇ ସହଯୋଗରେ କାର୍ଯ୍ୟ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ଏଥିନେଇ ଏଏସ୍ଆଇ ମହାନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ଅନୁମୋଦନ କରିଥିବା ମାର୍ଗଦର୍ଶିକା କଡ଼ାକଡ଼ି ପାଳନ କରିବାକୁ ସେ ଉଲ୍ଲେଖ କରିଛନ୍ତି। ଭିତର ଏବଂ ବାହାର ରତ୍ନଭଣ୍ଡାରର ଯାଞ୍ଚ ବେଳେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରାଯିବ। ଦ୍ବାଦଶ ଶତାବ୍ଦୀରେ ନିର୍ମିତ ଶ୍ରୀମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଲେଜର ସ୍କାନିଂ ଓ ଜିପିଆରଏସ୍ ସର୍ବେକ୍ଷଣ କରାଯିବ। ଏହାଛଡ଼ା ଭିତର ରତ୍ନଭଣ୍ଡାର ଭିତରେ ଆଉ କୌଣସି ଗୁପ୍ତ କୋଠରି କିମ୍ବା ସୁଡ଼ଙ୍ଗ ରହିଛି କି ନାହିଁ ସେ ସମ୍ପର୍କରେ ଯାଞ୍ଚ କରାଯିବ। ରତ୍ନଭଣ୍ଡାରର ଆବଶ୍ୟକ ମରାମତି ଓ ସଂରକ୍ଷଣ କରାଯିବ।