Breaking PLUSଓଡ଼ିଶାମୁଖ୍ୟ ଖବର

ନକ୍ସଲ-ସୁରକ୍ଷାକର୍ମୀ ଗୁଳି ବିନିମୟ, ଜଣେ ଯବାନ ଆହତ

ନୂଆପଡ଼ା: ନୂଆପଡ଼ା ଜିଲାର ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀ ଏବଂ ଏସଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ ତାଙ୍କୁ ଛତିଶଗଡ଼଼ର ରାୟପୁରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ନାବେଡ଼ା ଅଭୟାରଣ୍ୟରରେ ମାଓବାଦୀମାନେ କ୍ୟାମ୍ପ କରି ଲୁଚି ରହିଥିବା ନେଇ ଗୁଇନ୍ଦା ଖବର ମିଳିଥିଲା। ଏହାକୁ ଆଧାର କରି ଏସଓଜି ଯବାନଙ୍କ ଗ୍ରୁପ ପକ୍ଷରୁ ଜଙ୍ଗଲରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଅଭୟାରଣ୍ୟର ଶିବନାରାୟଣପୁର ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚାଲିଥିବା ବେଳେ ସେଠାରେ ଲୁଚି ରହିଥିବା ମାଓବାଦୀଙ୍କ ସହିତ ଯବାନଙ୍କର ମୁହାଁମୁହିଁ ହୋଇଥିଲା।

Show More

Related Articles

Back to top button