Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
19 ତାରିଖ ସନ୍ଧ୍ୟାରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର- 19 ତାରିଖ ସନ୍ଧ୍ୟାରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସନ୍ଧ୍ୟା ୭ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବୈଠକରେ ନିର୍ବାଚନକୁ ନେଇ କର୍ମକର୍ତ୍ତାଙ୍କ ସହ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ୧୯ ତାରିଖରେ ରାତ୍ରୀଯାପନ କରି ୨୦ରେ ଶ୍ରୀଜିଉଙ୍କ ଦର୍ଶନ କରିବେ । ୨୦ ତାରିଖ ସକାଳେ ପୁରୀରେ ରୋଡ ସୋ କରିବେ ମୋଦି । ପରେ ଅନୁଗୁଳ ଓ କଟକରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି ।