Breaking PLUSଦେଶମୁଖ୍ୟ ଖବର
ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବା ଘଟଣା, ଷଷ୍ଠ ଅଭିଯୁକ୍ତ ଗିରଫ

ମୁମ୍ବଇ: ବଲିଉଡର ଭାଇଜାନ୍ ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚାଳନା ମାମଲାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟକୁ ଗିରଫ କରିଛି ମୁମ୍ବଇ ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହରିୟାଣାର ଫତେହାବାଦ ନିବାସୀ ହରପାଲ ସିଂହ(୩୪) ବୋଲି ଜଣାପଡ଼ିଛି। ସୋମବାର ସନ୍ଧ୍ୟାରେ ତା’ ନିଜ ସହରରୁ ତାକୁ ପୁଲିସ ଗିରଫ କରିଛି। ହରପାଲକୁ ମଙ୍ଗଳବାର ସକାଳେ ମୁମ୍ବଇ ଅଣାଯାଇଛି ଏବଂ ଦିନକ ପରେ କୋର୍ଟରେ ହାଜର କରାଯିବ ବୋଲି ସୂଚନା ରହିଛି। ଗୁଳି ଚାଳନା ମାମଲାରେ ଷଷ୍ଠ ଅଭିଯୁକ୍ତ ଭାବେ ଗିରଫ ହୋଇଛି ହରପାଲ।