Breaking PLUSଦେଶମୁଖ୍ୟ ଖବର

ବିଜେପିର ସଂକଳ୍ପ ପତ୍ର ଉନ୍ମୋଚିତ

ନୂଆଦିଲ୍ଲୀ- ବିଜେପିର ସଂକଳ୍ପ ପତ୍ର ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆଜି ଅତ୍ୟନ୍ତ ଶୁଭ ଦିନ। ଆଜି ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ। ଏହା ହେଉଛି ବିକଶିତ ଭାରତର ସଂକଳ୍ପ ଦସ୍ତାବିଜ, ଯାହା ପ୍ରକାଶ ପାଇଛି। ଏହି ସଂକଳ୍ପ ଦସ୍ତାବିଜ ବିକଶିତ ଭାରତର ଚାରୋଟି ସ୍ତମ୍ଭ ଉପରେ ଆଧାରିତ ଯେଉଁଥିରେ ଯୁବ, କୃଷକ, ଗରିବ ଏବଂ ମହିଳା ଅନ୍ତର୍ଭୁକ୍ତ।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ସମଗ୍ର ଦେଶ ବିଜେପିର ସଂକଳ୍ପ ପତ୍ରକୁ ଅପେକ୍ଷା କରିଛି। ଏହା ପଛରେ ଏକ ବଡ଼ କାରଣ ରହିଛି ଯେ, ଗତ ୧୦ ବର୍ଷ ମଧ୍ୟରେ ବିଜେପି ନିଜ ଇସ୍ତାହାରର ପ୍ରତ୍ୟେକ ବିନ୍ଦୁକୁ ଗ୍ୟାରେଣ୍ଟି ଭାବେ କାର୍ଯ୍ୟକାରୀ କରିଛି। ଏହି ‘ସଂକଳ୍ପ ପତ୍ର’ ବିକଶିତ ଭାରତର ସମସ୍ତ ୪ଟି ଶକ୍ତିଶାଳୀ ସ୍ତମ୍ଭ ଯୁବକ, ମହିଳା, ଗରିବ ଓ କୃଷକମାନଙ୍କୁ ସଶକ୍ତ କରିବ।

ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ଯୋଜନା ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ କହିଛନ୍ତି, ଜୀବନର ମର୍ଯ୍ୟାଦା, ଜୀବନର ମାନ ଏବଂ ଚାକିରିରେ ନିବେଶ ଉପରେ ଆମର ଫୋକସ୍ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବୟସ୍କଙ୍କ ସବୁଠାରୁ ବଡ ଚିନ୍ତା ହେଉଛି ସେମାନେ କିପରି ସେମାନଙ୍କ ରୋଗର ଚିକିତ୍ସା ପାଇବେ। ମଧ୍ୟବିତ୍ତଙ୍କ ପାଇଁ ଏହି ଚିନ୍ତା ଆହୁରି ଗମ୍ଭୀର। ୭୫ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆୟୁଷ୍ମାନ ଭାରତ ଯୋଜନା ପରିସରଭୁକ୍ତ କରାଯିବ ବୋଲି ବିଜେପି ସଂକଳ୍ପ ନେଇଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବର୍ତ୍ତମାନ ଆମେ କୋଟି କୋଟି ପରିବାରର ଶୂନ୍ୟ ବିଜୁଳି ବିଲ୍ ଦିଗରେ କାର୍ଯ୍ୟ କରିବୁ ଏବଂ ବିଦ୍ୟୁତରୁ ରୋଜଗାର କରିବାର ସୁଯୋଗ ସୃଷ୍ଟି କରିବୁ। ଆମେ ପିଏମ ସୂର୍ଯ୍ୟ ଘର ମୁକ୍ତ ବିଦ୍ୟୁତ ଯୋଜନା କାର୍ଯ୍ୟକାରୀ କରିଛୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ମୁଦ୍ରା ଯୋଜନା କୋଟି କୋଟି ଲୋକଙ୍କୁ ଉଦ୍ୟୋଗୀ କରିଛି। ଏହି ସଫଳତାକୁ ଦୃଷ୍ଟିରେ ରଖି ବିଜେପି ଆଉ ଏକ ‘ଶପଥ’ ନେଇଛି- ମୁଦ୍ରା ଯୋଜନାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଇଥିଲା। ଏବେ ବିଜେପି ଏହି ସୀମାକୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହା ଇଣ୍ଡଷ୍ଟ୍ରି ୪.୦ ଯୁଗ ପାଇଁ ଆବଶ୍ୟକ ଇକୋସିଷ୍ଟମ ନିର୍ମାଣ ଦିଗରେ ଏହା ଏକ ନୂତନ ଶକ୍ତି ଭାବରେ ବ୍ୟବହୃତ ହେବ।

RELATED POSTS

Show More

Related Articles

Back to top button