Breaking PLUSଓଡ଼ିଶାମୁଖ୍ୟ ଖବର
ରାଜଧାନୀରେ ଲୁଟେରାଙ୍କ ଆତଙ୍କ ରାଜ୍, ପୁଣି ଆପାର୍ଟମେଂଟରୁ ଚୋରି

ଭୁବନେଶ୍ବର: ରାଜଧାନୀରେ ଲୁଟେରାଙ୍କ ଆତଙ୍କ ରାଜ୍। ରଘୁନାଥପୁର ସ୍ପ୍ରିଙ୍ଗ ଲିଫ୍ ଆପାର୍ଟମେଣ୍ଟରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଆପାର୍ଟମେଣ୍ଟରେ ପଶି ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ନନ୍ଦନକାନନ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଂଚି ତଦନ୍ତ କରୁଛନ୍ତି। ସେପଟେ ପାହାଳ ଅଞ୍ଚଳରେ ଜଣଙ୍କ ଘରୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା। ଘରେ ଶୋଇଥିବା ଲୋକଙ୍କୁ ତାଲା ପକାଇ ଲୁଟି ନେଇଛନ୍ତି ଲୁଟି ନେଇଥିବା ଜଣାପଡିଛି। ଘଟଣାସ୍ଥଳରେ ପାହାଳ ଥାନା ପୁଲିସ ପହଂଚି ତଦନ୍ତ କରୁଛି।