Breaking PLUSଓଡ଼ିଶାମୁଖ୍ୟ ଖବର

ସୋହେଲାରେ ଟ୍ରକ ଧକ୍କାରେ 3 କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

ବରଗଡ଼: ଟ୍ରକ୍ ଧକ୍କାରେ ଚାଲିଗଲା ତିନି ଜଣଙ୍କ ଜୀବନ।ସୋହେଲା ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଶୋକା କମ୍ପାନିରେ କାର୍ଯ୍ୟରତ ତିନି କର୍ମଚାରୀଙ୍କୁ ଦଳି ଦେଲା ଟ୍ରକ୍। ଘଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ। ଗତ ବିଳମ୍ବିତ ରାତିରେ ଘଟିଛି ଏହି ଦୁଃଖଦ ଘଟଣା। ଜାାତୀୟ ରାଜପଥ ରାସ୍ତା କଡ଼ରେ ଡ୍ୟୁଟି କରୁଥିବା ସମୟରେ ହଠାତ୍ ତିନି କର୍ମଚାରୀଙ୍କୁ ଏକ ଟ୍ରକ୍ ଧକ୍କା ଦେଇ ଉକ୍ତ ସ୍ଥାନରୁ ଫେରାର ମାରିଥିଲା। ସୋହେଲା ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚିଥିଲା ଓ ତିନି ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଡାକ୍ତର ତିନିଜଣଙ୍କୁ ମୃତ ଘୋଷଣା କରିଛନ୍ତି।

Show More

Related Articles

Back to top button