Breaking PLUSଦେଶମୁଖ୍ୟ ଖବର

ସନ୍ଦେଶଖାଲି ମାମଲାର ହେବ ସିବିଆଇ ତଦନ୍ତ

ତଦନ୍ତ ଅନୁମତି ଦେଲେ ହାଇକୋର୍ଟ

କୋଲକାତା- ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ମହିଳାଙ୍କ ବିରୋଧରେ ଅପରାଧ ଓ ବଳପୂର୍ବକ ଜମି ଜବରଦଖଲ ଅଭିଯୋଗର ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଟିଏସ୍‌ ଶିବଜ୍ଞାନମଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାଜସ୍ୱ ରେକର୍ଡର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ସହ ଅଧିଗୃହୀତ ହୋଇଥିବା ଜମିର ଭୌତିକ ଯାଞ୍ଚ କରିବା ପରେ ବେଆଇନ ଭାବେ ଚାଷ ଜମିକୁ ଜଳାଶୟରେ ପରିଣତ କରିବା ନେଇ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।
ସନ୍ଦେଶଖାଲିରେ ମହିଳାଙ୍କ ବିରୋଧରେ ଅପରାଧ ଓ ବଳପୂର୍ବକ ଜମି ଜବରଦଖଲ ଅଭିଯୋଗର ତଦନ୍ତ କରି ପରବର୍ତ୍ତୀ ଶୁଣାଣି ସମୟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Back to top button