Breaking PLUSଦେଶମୁଖ୍ୟ ଖବର

ଦେଶର ପବିତ୍ର ନଦୀକୂଳରେ ସୋମବତୀ ଅମାବାସ୍ୟା ସ୍ନାନ

ନୂଆଦିଲ୍ଲୀ- ଦେଶର ପ୍ରମୁଖ ନଦୀକୂଳରେ ଆଜି ସୋମବତୀ ଅମାବାସ୍ୟା ସ୍ନାନ ଚାଲିଛି । ଲକ୍ଷ ଲକ୍ଷ ଲୋକ ଏବେ ସୁଦ୍ଧା ପୁଣ୍ୟସ୍ନାନ କରି ପୂଜାର୍ଚ୍ଚନା କରିଛନ୍ତି । ଉତ୍ତର ପ୍ରଦେଶର ପ୍ରୟାଗରାଜ, ବାରଣାସୀ, ଉତ୍ତରାଖଣ୍ଡର ହରିଦ୍ୱାର ଓ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶର ଚିତ୍ରକୂଟ ତୀର୍ଥକ୍ଷେତ୍ରର ପବିତ୍ର ନଦୀକୂଳରେ ସୋମବତୀ ଅମାବାସ୍ୟା ସ୍ନାନ ପାଇଁ ଲୋକଙ୍କ ଭିଡ ଜମିଛି ।
ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ପଂଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ ଓ ଝାରଖଣ୍ଡରେ ବି ଲୋକେ ବୁଡ ପକାଇ ହର-ହର ଗଙ୍ଗେ ଉଚ୍ଚାରଣ କରିଛନ୍ତି । ପ୍ରୟାଗରାଜ, ହରିଦ୍ୱାର ଓ ବାରଣାସୀରେ ସୋମବତୀ ଅମାବାସ୍ୟାରେ ଏବେ ସୁଦ୍ଧା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ନଦୀରେ ପବିତ୍ର ବୁଡ ପକାଇଛନ୍ତି । ଚିତ୍ରକୂଳଟରେ ବି ହଜାର ହଜାର ଲୋକ ସକାଳୁ ମନ୍ଦାକିନୀ ନଦୀର ରାମଘାଟରେ ବୁଡ ପକାଇବାକୁ ଲମ୍ବା ଲାଇନରେ ଠିଆ ହୋଇଛନ୍ତି ।

Show More

Related Articles

Back to top button