Breaking PLUSଓଡ଼ିଶାମୁଖ୍ୟ ଖବର
ସରକାରୀ ବସ ଧକ୍କାରେ ଭଦ୍ରାପାଳି ଛକରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ

ବଲାଙ୍ଗିର, 27 ମାର୍ଚ୍ଚ ଆଜି ସକାଳୁ ବଲାଙ୍ଗିର ଠାରୁ ଯାଉଥିବା ଓଡିଶା ରାଜ୍ୟ ପରିବହନ ସରକାରୀ ବସ୍ ଧକ୍କାରେ ବଇରାସର ନିକଟବର୍ତ୍ତୀ ମୀନରଭା କୁକୁଡ଼ା ଫାର୍ମ ଆଗରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତକ ହେଲେ ସୁବର୍ଣ୍ଣପୁର ସୁବଳୟାର ହିମାଂଶୁ ଶେଖର ମହାପାତ୍ର ଓ ଡୁଙ୍ଗୁରିପାଲି ଅଞ୍ଚଳର ନରେଶ ସାହୁ ।ଦୁଇଜଣ ସାଙ୍ଗ ବେଦାନ୍ତରେ କାମ କରୁଥିଲେ ଗତକାଲି ରଙ୍ଗ ଖେଳିବାକୁ ଆସି ଖେଳି ସାରିବା ପରେ ସୁବଳୟାରେ ରାତ୍ରି ଯାପନ କରି ଆଜି ଭୋର 5.30 ବେଳେ ୟାମହା ବାଇକ ଯୋଗେ ଲାଞ୍ଜିଗଡ଼ ଫେରୁଥିବା ବେଳେ ଜାତୀୟ ରାଜପଥର ଥିବା ଭଦ୍ରାପାଳି ଛକ ଠାରେ ବସ ସହିତ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର ପୁଇଁତଳା ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ମୃତକଙ୍କ ଶବ ଜବତ କରି ବଲାଙ୍ଗିର ଭୀମଭୋଇ ମେଡିକାଲ୍ ଶବାଗାରକୁ ପଠାଇଥିବା ବେଳେ ବସ ଡ୍ରାଇଭରକୁ ଗିରଫ କରିବା ସହିତ ବସ ଜବତ କରିଛି।