Breaking PLUSଦେଶ ବିଦେଶମୁଖ୍ୟ ଖବର

ଦିଲ୍ଲୀରେ କରୋନା ପରିସ୍ଥିତି ଭୟଙ୍କର, ଗୋଟିଏ ଦିନରେ ୮୫୯୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପୁଣି ଥରେ କରୋନା ଭାଇରସର ଉଗ୍ରରୂପ ଦେଖିବାକୁ ମିଳିଛି । ଗୋଟିଏ ଦିନରେ ବୁଧବାର ୮୫୯୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଦିଲ୍ଲୀରେ କରୋନାରେ ୪.୫୯ ଲକ୍ଷ ଆକ୍ରାନ୍ତ ହୋଇସାରିଛନ୍ତି । ସେହିଭଳି ଦିଲ୍ଲୀରେ ବୁଧବାର ୮୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ସଂଖ୍ୟା ଏଯାଏଁ ୭୨୨୮କୁ ବୃଦ୍ଧି ପାଇଛି । 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ବୁଧବାର ମୋଟ ୬୪ ହଜାର ୧୨୧ ନମୁନା ପରୀକ୍ଷା ହୋଇଥିଲା । ଏଥିରୁ ୧୯ ହଜାର ୩୦୪ ଆରଟି-ପିସିଆର ଓ ୪୪ ହଜାର ୮୧୭ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ଦିଲ୍ଲୀରେ ଏଯାଏଁ ମୋଟ ୪ ଲକ୍ଷ ୫୯ ହଜାର ୯୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ସହରରେ ୧୩.୪ ପ୍ରତିଶତ ଲୋକ କରୋନା କବଳରେ ଆସିଛନ୍ତି ।  ମଙ୍ଗଳବାର ୭୮୩୦ ଜଣ କରେନା ପଜିଟିଭ ଚିହ୍ନଟ ହୋଇଥିଲେ । ଦିଲ୍ଲୀରେ ଗତ ଜୁନ ୧୬ ତାରିଖରେ ସର୍ବାଧିକ ୯୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା ।

Show More

Related Articles

Back to top button