Breaking PLUSଓଡ଼ିଶାମୁଖ୍ୟ ଖବର
ଯାଜପୁରରେ କଂଗ୍ରେସ ପକ୍ଷରୁ 5T ସଚିବଙ୍କୁ ବିରୋଧ

5T ସଚିବଙ୍କ ଗସ୍ତକୁ ଯାଜପୁରରେ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। 5T ସଚିବଙ୍କ ଯାଜପୁର ଟାଉନ୍ ଗସ୍ତକୁ ଜିଲ୍ଲା କଂଗ୍ରେସର ସଦସ୍ୟ ବିରୋଧ କରିଛନ୍ତି। ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେବା ସହ ରେଡକ୍ରସ୍ ଛକରୁ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୋଲିସ ସେମାନଙ୍କୁ ମେଡିକାଲ ଛକ ନିକଟରେ ଅଟକାଇବା ବେଳେ ପୋଲିସ ସହ ପେଲା ଠେଲା ହୋଇଥିଲା।
ଗୋଟିଏ ପଟେ କଂଗ୍ରେସକର୍ମୀମାନେ 5T ସଚିବଙ୍କ ଗସ୍ତକୁ ବିରୋଧ କରୁଥିବା ବେଳେ ଅନ୍ୟପଟେ କିଛି ବ୍ୟକ୍ତି 5T ଲେଖାଥିବା ଟି-ସାର୍ଟ ପିନ୍ଧି ବାଉଁଶ ଓ ବହ୍ଲା ଧରି କଂଗ୍ରେସକର୍ମୀଙ୍କୁ ରୋକିବାକୁ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲ। ତେବେ 5T ପୋଷାକ ପିନ୍ଧି ବାଉଁଶ ଓ ବହ୍ଲା ଧରିଥିବା ଏହି ବ୍ୟକ୍ତିମାନେ କିଏ ତାହା ସ୍ପଷ୍ଟ ହୋଇନି।