Breaking PLUSଓଡ଼ିଶାମୁଖ୍ୟ ଖବର

ଖଣ୍ଡଗିରି ଷ୍ଟୁଡିଓ ଛକ ରାସ୍ତା ଗୁରୁବାରରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ

ଭୁବନେଶ୍ଵର, ୨୮/୧୨ : ଖଣ୍ଡଗିରି ଷ୍ଟୁଡିଓ ଛକ ରାସ୍ତା ଗୁରୁବାରରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବ । ଟ୍ରାଫିକ ଜାମ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ବିଏମ୍‌ସି । ଏଣିକି ଉଦୟଗିରି ପାହାଡ଼ ତଳେ ଥିବା ଏଏସ୍‌ଆଇ ଷ୍ଟାଣ୍ଡରେ ଗାଡ଼ି ପାର୍କିଂ କରାଯିବ । ବିଏମ୍‌ସି ପକ୍ଷରୁ ଜୈନ ମନ୍ଦିର ଓ ଅପରପାଶ୍ୱର୍ର ଜୟଦେବ ବାଟିକା ଛକରେ ବୋଲାର୍ଡ ଲାଗିବ । କେବଳ ଚାଲିବାକୁ ଅନୁମତି ମିଳିବ । ପାର୍କିଂ ଷ୍ଟାଣ୍ଡ ନିକଟରେ ଏଏସ୍‌ଆଇ ପକ୍ଷରୁ ଟିକେଟ କାଉଣ୍ଟର ହେବ । ପର୍ଯ୍ୟଟକ ସେଠାରେ ଗାଡ଼ି ପାର୍କିଂ କରି ଖଣ୍ଡଗିରି ପାହାଡ଼କୁ ଯିବେ । ଏହି ରାସ୍ତା କଡ଼ରେ ଫୁଲ ଗଛ ଓ ଅର୍ଣ୍ଣାମେଣ୍ଟଲ ଟ୍ରି ଲାଗିବ ।

ଖଣ୍ଡଗିରି ଛକରୁ ପାହାଡ଼ ରାସ୍ତା ଦେଇ ଜୟଦେବ ବାଟିକା ଛକକୁ ଯାଉଥିବା ଗାଡ଼ି ଚାଳକ ଓଏସ୍‌ଆରଟିସି ବସ୍‌ ଷ୍ଟାଣ୍ଡ ରାସ୍ତା ଦେଇ ଯିବେ । ସେହିପରି ଖୋର୍ଦ୍ଧା ପଟୁ ଆସୁଥିବା ପର୍ଯ୍ୟଟକ କୋଳଥିଆ ଆର୍ମି ହସ୍ପିଟାଲ ରାସ୍ତା ଦେଇ ଯାଇପାରିବେ ।

ରାସ୍ତାରେ ପ୍ରବଳ ଟ୍ରାଫିକ ଜାମ ହେଉଛି । ଘଣ୍ଟା ଘଣ୍ଟା ଧରି ଗାଡ଼ି ଠିଆ ହୋଇରହୁଛି । ଫଳରେ ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଖଣ୍ଡଗିରି ଓ ଉଦ୍‌ୟଗିରି ଏଏସ୍‌ଆଇ ଅଧୀନରେ ଆସୁଥିବାରୁ ଏହାର ଐତିହ୍ୟ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା ରହୁଛି । ଏସବୁ ସମସ୍ୟାର ସମାଧାନ ଲାଗି ରାସ୍ତା ବନ୍ଦ ହେଉଛି ବୋଲି ସୂଚନା ମିଳିଛି ।

Show More

Related Articles

Back to top button