ଓଡ଼ିଶାଦେଶପାଣିପାଗ

ବଙ୍ଗୋପସାଗର ସଂଘଠିତ ହେଲା ୫.୧ ତୀବ୍ରତାସମ୍ପନ୍ନ ଭୂକମ୍ପ

ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ବଙ୍ଗୋପସାଗର ସଂଘଠିତ ହେଲା ୫.୧ ତୀବ୍ରତାସମ୍ପନ୍ନ ଭୂକମ୍ପ । ଏନେଇ ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ପକ୍ଷରୁ ଭୂକମ୍ପର ଦୂରତ୍ବ ଓ ଦିଗ ବିଷୟରେ ସୂଚନା ମିଳିଛି ।

ଏହାସହିତ ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ଲେଖିଛି ଯେ, ପଶ୍ଚିମବଙ୍ଗର ହଳଦିଆର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗକୁ ୩୭୦ କିଲୋମିଟର୍‌, କୋଲ୍‌କାତାର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗକୁ ୪୦୯ କିଲୋମିଟର୍‌, ଓଡ଼ିଶାର ପୁରୀର ପୂର୍ବକୁ ୪୨୧ କିଲୋମିଟର୍‌ ପୂର୍ବ-ଦକ୍ଷିଣପୂର୍ବ ଏବଂ ତ୍ରିପୁରାର ବେଲୋନିଆର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୪୮୯ କିଲୋମିଟର୍‌ ଦୂରବର୍ତ୍ତୀ ବଙ୍ଗୋପସାଗର ମଧ୍ୟରେ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଘଠିତ ହୋଇଛି।

ସେହିପରି ଆଜି ସକାଳ ୯.୦୨ରେ ବାଂଲାଦେଶର ରାଜଧାନୀ ଢାକା, ଚଟଗ୍ରାମ ଓ ଅନ୍ୟ କେତେକ ପ୍ରାନ୍ତରେ ୫.୨ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି। କିନ୍ତୁ, ଏହାଦ୍ବାରା କୌଣିସ କ୍ଷୟକ୍ଷତି କିଂବା କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ ବୋଲି ‘ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ’ ରିପୋର୍ଟରୁ ସୂଚନା ମିଳିଛି ।

 

Show More

Related Articles

Back to top button