ଓଡ଼ିଶା

ଓଡ଼ିଶାର ଦୀପିଗ୍ରେସଙ୍କୁ ମିଳିବ ଅର୍ଜୁନ ପୁରସ୍କାର

ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୨ ପାଇଁ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆଜି ଘୋଷଣା କରାଯାଇଛି । ଏଥିରେ ଓଡ଼ିଶାର ଦୀପିଗ୍ରେସ ଏକ୍କାଙ୍କ ସମେତ ୨୫ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ମିଳିବ। ଏହି ପୁରସ୍କାର ୩୦ ନଭେମ୍ବରରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁଥିବାବେଳେ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ।

ସେହିପରି ଶରତ କମଲ ଆଚାନ୍ତଙ୍କୁ ମେଜର ଧ୍ୟାନ ଚାନ୍ଦ ରତ୍ନ ପୁରସ୍କାର ୨୦୨୨ ପ୍ରଦାନ କରାଯିବ। କମିଟିର ସୁପାରିଶକୁ ଆଧାର କରି ଏବଂ ଯାଞ୍ଚ ପରେ ସରକାର ନିମ୍ନଲିଖିତ କ୍ରୀଡ଼ାବିତ୍, ପ୍ରଶିକ୍ଷକ ଏବଂ ସଂସ୍ଥା ଉପରେ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

 

Show More

Related Articles

Back to top button