
ଭାରସାମ୍ୟ ହରାଇ ଅଖନୁରରେ ଓଲଟିଲା ଯାତ୍ରୀବାହୀ ବସ । ୫୦ରୁ ଅଧିକ ଲୋକ ଆହତ । ସ୍ଥାନୀୟ ଗ୍ରାମବାସୀ ଏବଂ ପୋଲିସଙ୍କ ମିଳିତ ସହାୟତାରେ, ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବସଟି ଅଖନୁରରୁ ଗାର ମଜୁର ଯାଉଥିଲା। ଏଥିରେ କ୍ଷମତାଠାରୁ ଅଧିକ ଯାତ୍ରୀ ଯାତ୍ରା କରୁଥିବାରୁ ଏପରି ଘଟିଛି ।