
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ହୋଇଥିଲା ଚନ୍ଦ୍ରଗ୍ରହଣ । ରାଜ୍ୟର ବିଭିନ୍ନ ସ୍ଥାନରେ ଚନ୍ଦ୍ରଗହଣ ଦେଖିଲେ ରାଜ୍ୟାବାସୀ । କିନ୍ତୁ ମେଘୁଆ ପାଗ ଯୋଗୁଁ ଏହା ଆଂଶିକ ଦୃଶ୍ୟମାନ ହୋଇଥିଲା ।
ସ୍ଥାନୀୟ ପଠାଣୀସାମନ୍ତ ପ୍ଲାନେଟାରିୟମ୍ରେ ଚନ୍ଦ୍ରଗ୍ରହଣର ଦୃଶ୍ୟ ଦେଖିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ପାଗ ଖରାପ ଯୋଗୁଁ ଭୁବନେଶ୍ବରରେ ବିଳମ୍ବରେ ଚନ୍ଦ୍ରଗ୍ରହଣର ଦୃଶ୍ୟ ଦେଖିବାକୁ ମିଳିଥିଲା।
ସନ୍ଧ୍ୟା ୬ଟା ୧୯ ଯାଏଁ ଆଂଶିକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଥିଲା। ଏହା ୫ଟା ୫ରୁ ୫ଟା ୧୧ ମିନିଟ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଥିଲା। ପାଗ ଖରାପ କାରଣରୁ ରାଜଧାନୀବାସୀ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାରୁ ବଞ୍ଚିତ ଥିଲେ।