
ଶ୍ରୀଲଙ୍କା କ୍ରିକେଟର ଦନୁସ୍କା ଗୁଣତିଲକ ଗିରଫ । ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ଶ୍ରୀଲଙ୍କା କ୍ରିକେଟର ଦନୁସ୍କା ଗୁଣତିଲକ । ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍ ଟିମ୍ରେ ଥିବା ଗୁଣତିଳକାଙ୍କ ଗିରଫ ନେଇ ରବିବାର ଶ୍ରୀଲଙ୍କା ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି।
ନଭେମ୍ବର ୨ ତାରିଖର ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ତଦନ୍ତ କରୁଥିବା ସିଡନୀ ସିଟି ପୁଲିସ ରବିବାର ଭୋର ତାଙ୍କୁ ଗିରଫ କରି ଥାନାକୁ ନେଇଛି। ଦୁଷ୍କର୍ମ ଅଭିଯୋଗରେ ଦନୁସ୍କା ଗୁଣତିଲକଙ୍କୁ ଗିରଫ କରାଯାଇଛି ବୋଲ୍ ଶ୍ରୀଲଙ୍କା ଟିମ୍ ଖବର ସରବରାହ ସଂସ୍ଥା ପିଟିଆକୁ ସୂଚନା ଦେଇଛି। ସୂଚନା ଥାଉକି ଗତକାଲି ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ରେ ଶ୍ରୀଲଙ୍କା ପରାସ୍ତ ହୋଇଛି। ଏହି ପରାଜୟ ସହିତ ଦଳ ବିଶ୍ୱକପରୁ ବାଦ ପଡ଼ିଛି।