ଦେଶ ବିଦେଶସ୍ୱତନ୍ତ୍ର

ୟୁକ୍ରେନ୍ ସେନାକୁ ପାକିସ୍ତାନ ଗୋଳାବାରୁଦ ଯୋଗାଣ ନେଇ ଋଷର ଦାବି

ଋଷ-ୟୁକ୍ରେନ୍ ଯୁଦ୍ଧକୁ ଦୀର୍ଘଦିନ ପୂରିଥିଲେ ମଧ୍ୟ ଭୟଙ୍କର ହେଉଛି ସ୍ଥିତି । ଏହାରି ମଧ୍ୟରେ ୟୁକ୍ରେନ୍ ସେନାକୁ ପାକିସ୍ତାନ ଗୋଳାବାରୁଦ ଯୋଗାଣ ନେଇ ଋଷ ଦାବି କରିଛି । ପ୍ରତିକ୍ରିୟାରେ ଋଷର ସାଂସଦ ଇଗୋର ମୋରେଜୋକ୍ରେନ ୟୁକ୍ରେନକୁ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିବାରେ ପାକିସ୍ତାନ ସହାୟତା କରୁଛି ବୋଲି ଦାବି କରିଛନ୍ତି ।

ଏହାପୂର୍ବରୁ ଉତ୍ତରକୋରିଆ ଓ ଲିବିଆକୁ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିବାରେ ପାକିସ୍ତାନ ସହାୟତା କରୁଥିଲା ବୋଲି ଦାବି କରାଯାଇଥିଲା । ଋଷ୍ ଆହୁରି ଦାବି କରିଛି ଯେ ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ ସବିଶେଷ ଜ୍ଞାନ ହାସଲ କରିବା ପାଇଁ ୟୁକ୍ରେନର କିଛି ଲୋକ ପାକିସ୍ତାନ ଗସ୍ତ କରିଥିଲେ ।

ଇସଲାମାବାଦର କିଛି ଲୋକ ପରମାଣୁ ବୋମା ତିଆରି କରିବାର ଟେକନିକ୍ ଉପରେ ଚର୍ଚ୍ଚା କରିବା ପାଇଁ ୟୁକ୍ରେନ୍ ବି ଯାଇଥିବା ଏଥିରେ ଦାବି କରାଯାଇଛି । ଋଷର ଅଭିଯୋଗ ଅନୁଯାୟୁ ୟୁକ୍ରେନ୍ ଆମ ଦେଶରେ ଡାର୍ଟି ବମ୍ ପକାଇବା ପାଇଁ ପ୍ରସ୍ତୁତି କରୁଛି ଓ ଏପରି ସମୟରେ ୟୁକ୍ରେନକୁ ପାକିସ୍ତାନ ସହାୟତା ଯୋଗାଇ ଦେଉଛି ।

Show More

Related Articles

Back to top button