ଦେଶ ବିଦେଶମୁଖ୍ୟ ଖବରରାଜନୀତି

ନିଜ ପରାଜୟ ସ୍ୱୀକାର କଲେ ଶଶୀ ଥରୁର

ନୂଆଦିଲ୍ଲୀ : ୨୪ ବର୍ଷ ପରେ ଦେଶର ସର୍ବପୁରାତନ ଦଳ କଂଗ୍ରେସକୁ ଅଣଗାନ୍ଧୀ ଅଧ୍ୟକ୍ଷ ମିଳିଛି। ଗତ ୧୭ ତାରିଖରେ ହୋଇଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡଗେ ବିଜୟୀ ହୋଇଛନ୍ତି। ତାଙ୍କୁ ୭ ହଜାର ୮୯୭ ଭୋଟ ମିଳିଥିବାବେଳେ ପ୍ରତିଦ୍ୱନ୍ଦ୍ୱୀ ଶଶୀ ଥରୁରଙ୍କୁ ମିଳିଛି ମାତ୍ର ୧୦୭୨ ଭୋଟ। ଶଶୀ ଥରୁର ଏହି ପରାଜୟକୁ ସେ ସ୍ୱୀକାର କରିଛନ୍ତି। ତାଙ୍କ ପରାଜୟ ସ୍ୱୀକାର କରି ଶଶି ଥରୁର ମଧ୍ୟ ଟୁଇଟ୍‌ ଯୋଗେ ଲେଖିଛନ୍ତି, କଂଗ୍ରେସକୁ ଅଧ୍ୟକ୍ଷ ପଦ ପାଇବା ଏକ ସମ୍ମାନର ବିଷୟ ଏବଂ ଏହା ଏକ ବଡ଼ ଦାୟିତ୍ୱ ଅଟେ। ମୁଁ ଖଡଗେ ଜି ଏହି କାର୍ଯ୍ୟକୁ ସଫଳତାର ସହିତ ପୂରଣ କରନ୍ତୁ। ଏକ ହଜାରରୁ ଅଧିକ ସହଯୋଗୀଙ୍କ ସମର୍ଥନ ପାଇବା ଏବଂ ସମଗ୍ର ଭାରତରେ ଏତେ ସଂଖ୍ୟକ କଂଗ୍ରେସ ଶୁଭେଚ୍ଛୁଙ୍କ ଆଶା ଏବଂ ଆକାଂକ୍ଷାକୁ ଆଗେଇ ନେବା ଏକ ସୌଭାଗ୍ୟର ବିଷୟ। ସୂଚନାଯୋଗ୍ୟ, ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାର ବାହାରୁ ଜଣେ ନେତା କଂଗ୍ରେସର ନେତୃତ୍ୱ ନେଲେ ଖଡଗେ। ଏହାପୂର୍ବରୁ ସୀତାରାମ କେସରୀ ଅଣଗାନ୍ଧୀ ନେତା ଭାବେ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ।

Show More

Related Articles

Back to top button