ଜୀବନଚର୍ଯ୍ୟାମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର
ଖୁବଶୀଘ୍ର ବିବାହ କରିବେ ଅଭିନେତ୍ରୀ ହଂସିକା

ଖୁବଶୀଘ୍ର ବିବାହ କରିବେ ଅଭିନେତ୍ରୀ ହଂସିକା। ଏନେଇ ସୂଚନା ମିଳିଛି। ଏଖବର ପରେ ହଂସିକାଙ୍କ ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବର୍ତ୍ତମାନ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି ।ଏବେ ସେ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। କେବଳ ସେତିକି ନୁହେଁ, ବିବାହ ପାଇଁ ସ୍ଥାନ ମଧ୍ୟ ସ୍ଥିର କରିଥିବାର କୁହାଯାଉଛି । ହଂସିକା ଚଳିତ ବର୍ଷ ଡିସେମ୍ବରରେ ରାଜକୀୟ ତଥା ରୟାଲ୍ ଶୈଳୀରେ ବିବାହ କରିବାକୁ ଯାଉଛନ୍ତି। ଏହି ଅଭିନେତ୍ରୀ ନିଜ ବିବାହ ପାଇଁ ରାଜସ୍ଥାନର ଜୟପୁରରେ ଅବସ୍ଥିତ ୪୫୦ ବର୍ଷ ଦୁର୍ଗକୁ ବାଛିଛନ୍ତି। ଏହି ଦୁର୍ଗରେ ହଂସିକାଙ୍କ ବିବାହର ସମସ୍ତ ରୀତିନୀତି ଅନୁଷ୍ଠିତ ହେବ। ହେଲେ ଅଭିନେତ୍ରୀ ଏପର୍ଯ୍ୟନ୍ତ ତାଙ୍କ ବିବାହକୁ ନିଶ୍ଚିତ କରିନାହାଁନ୍ତି। ଛୋଟ ପରଦାରୁ ବଡ ପରଦାରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ହଂସିକା ମୋଟୱାନି ଖୁବ୍ ଶୀଘ୍ର ହାତ ରୁ ଦି ହାତ ହେବାକୁ ଯାଉଛନ୍ତି ।