ଖେଳସ୍ୱତନ୍ତ୍ର

ଦେଶ ପାଇଁ ଗୌରବ ଆଣିଲେ ଓଡିଆ ଯୁବ ଆଥଲେଟ୍ ସବିତା ଟପ୍ପୋ

ଦେଶ ପାଇଁ ଗୌରବ ଆଣିଲେ ଓଡିଆ ଯୁବ ଆଥଲେଟ୍ ସବିତା ଟପ୍ପୋ । ଚତୁର୍ଥ ଏସୀୟ ଯୁବ ଆଥଲେଟିକ ଚାମ୍ପିଅନସିପରେ ମାତ୍ର ୧୪.୧୭ ସେକେଣ୍ଡରେ ସେ ୧୦୦ ମି. ହାଡଲ୍ସରେ ଏହି ରୌପ୍ୟ ପଦକ ହାସଲ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତେବେ ଏହି ଗେମ୍ କୁଏତରେ ଅନୁଷ୍ଠିତ ହୋଇଥିବା ବେଳେ ଏହା ୧୩ ଅକ୍ଟୋବରରୁ ଆରମ୍ଭ ହୋଇ ୧୬ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ।

ତେବେ ଏହି ଚତୁର୍ଥ ଏସୀୟ ଯୁବ ଆଥଲେଟିକ ଚାମ୍ପିଅନସିପରେ ଭାରତର ୩୫ ଜଣ ଖେଳାଳି ଯୋଗ ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଏହି ଖେଳରେ ସମୁଦାୟ ୧୧ଟି ମେଡାଲ ହାସଲ କରିଛି । ସେଥିମଧ୍ୟରୁ ୨ ଟି ଗୋଲ୍ଡ, ୪ ଟି ସିଲଭର୍ ଏବଂ ୫ ଟି ବ୍ରୋଞ୍ଚ ପଦକ ରହିଛି ।

ସୂଚନାଯୋଗ୍ୟ, ସର୍ବ ପ୍ରଥମେ କୁଲଦିପ କୁମାର ଭାରତ ପାଇଁ ବ୍ରୋଞ୍ଚ ମେଡେଲ ହାସଲ କରିଥିବା ବେଳେ ମିବସିନ୍ନା ମହମ୍ମଦ ସିଲଭର ଏବଂ ଆକାଶ ୟାଦବ ଭାରତ ପାଇଁ ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ସେହିପରି ଓଡିଆ ଅଥଲେଟିକ୍ ସବିତା ଟପ୍ପୋ ମଧ୍ୟ ନିଜର ଦକ୍ଷତା ପ୍ରଦଶନ କରି ଭାରତ ପାଇଁ ରୈପ୍ୟ ପଦକ ହାସଲ କରିଛନ୍ତି ।

Show More

Related Articles

Back to top button