
ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧକୁ ଦୀର୍ଘଦିନ ପୂରିଥିଲେ ମଧ୍ୟ ଏହା ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ଦିନକୁ ଦିନ ଯୁଦ୍ଧ ପୁଣି ତୀବ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ ପୁଣି ୟୁକ୍ରେନର ଆଭିଡିଭକା ଉପରେ ରୁଷିଆ ମିଶାଇଲ ମାଡ କରିଛି । ଏହି ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮ ଜଣ ଆହତ ହୋଇଛନ୍ତି।
ଗତ ଅକ୍ଟୋବର ୧୦ରେ ରୁଷିଆ ମଧ୍ୟ ୟୁକ୍ରେନ ଉପରେ ୮୩ଟି ମିଶାଇଲ ମାଡ ଆରିଥିଲା। ଏହି ଆକ୍ରମଣ ପରେ ଖର୍କିଭ ସମେତ ଅନେକ ସହରରେ ଜଳ ଓ ବିଦ୍ୟୁତ ବନ୍ଦ ହୋଇଯାଇଥିଲା।ଏହା ଲୋକଙ୍କ ପାଇଁ ବହୁତ ଅସୁବିଧା ସୃଷ୍ଟି କରୁଛି।
ତେବେ ଏହି ମିଶାଇଲ ମାଡ଼ ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷିଆକୁ ଆତଙ୍କବାଦୀ ଦେଶ ବୋଲି କହିଥିଲେ। ରୁଷିଆର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଆମର ସାଧାରଣ ନାଗରିକ। ଏଥିସହିତ ସେ ଲୋକମାନଙ୍କୁ ଘରୁ ବାହାରକୁ ନ ଆସିବାକୁ ନିବେଦନ କରିଥିଲେ।