ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ହାଜତ ରହଣୀ ଅବଧିକୁ ଆସନ୍ତା ୧୦ ତାରିଖ ଯାଏ ବଢ଼ାଇ ଦିଆଯାଇଛି

ମୁମ୍ବାଇ: ପାତ୍ର ଚାୱଲ ଜମି ଦୁର୍ନୀତି ମାମଲାରେ ଗିରଫ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି । ଆଜି ମୁମ୍ବାଇର ଗୋଟିଏ କୋର୍ଟ ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ହାଜତ ରହଣୀ ଅବଧିକୁ ଆସନ୍ତା ୧୦ ତାରିଖ ଯାଏ ବଢ଼ାଇ ଦେଇଛନ୍ତି। ସେ ଏହି ଘଟଣାରେ କରିଥିବା ଜାମିନ ଆବେଦନର ଶୁଣାଣି ମଧ୍ୟ ଆସନ୍ତା ୧୦ ତାରିଖରେ ହେବ। ଅଗଷ୍ଟ ୧ ତାରିଖରେ ସାଂସଦ ରାଉତଙ୍କୁ ଇଡି ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ବଳରେ ଗିରଫ କରିଥିଲା। ପାତ୍ର ଚାୱଲର ପୁନଃ ନବୀକରଣରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ କରି ଇଡି ସଞ୍ଜୟ ରାଉତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁରୁ ଆଶିଷ କଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ୬୭୨ ଜଣ ଭଡ଼ାଟିଆଙ୍କ ପାଇଁ ପାତ୍ର ଚାୱଲର ପୁନଃ ନବୀକରଣ ହେବାର ଥିଲା। ମହାରାଷ୍ଟ୍ର ହାଉସିଂ ଓ ଏରିଆ ଡେଭଲମେଣ୍ଟ ଅଥୋରିଟି(ଏମଏଚ୍‌ଏଡିଏ) ସହିତ ଏପରି କାମ କରାଯିବାର ଥିଲା। କିନ୍ତୁ ନିର୍ମାଣ ପୂର୍ବରୁ ଗୁରୁ ଆଶିଷ କଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ ଏଫଏସ୍‌ଆଇକୁ ତୃତୀୟ ପକ୍ଷ ଡେଭଲପର୍ସକୁ ୧୦୩୪ କୋଟି ଟଙ୍କାରେ ବିକ୍ରି କରି ଦେଇଥିଲା। ଏହି ୧୦୩୪ କୋଟି ଟଙ୍କା ହେଉଛି ପ୍ରୋସିଡ୍ସ ଅଫ କ୍ରାଇମ (ପିଓସି)। ଏହାକୁ ବେଆଇନ ବିକ୍ରିରୁ ସଂଗ୍ରହ କରାଯାଇଥିଲା। ଏହି ୧୦୩୪ କୋଟି ପିଓସିରୁ ପ୍ରବୀଣ ରାଉତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୧୨ କୋଟି ଟଙ୍କା ହାଉସିଂ ଡେଭଲପମେଣ୍ଟ ଓ ଇନଫ୍ରାଷ୍ଟ୍ରକଚର(ଏଚଡିଆଇଏଲ) ଦ୍ୱାରା ଯାଇଥିଲା। ଇଡି ଆହୁରି କହିଛି ଯେ ବର୍ତ୍ତମାନ ଯାଏ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ବେଆଇନ ଭାବେ ସଂଗ୍ରହ ହୋଇଥିବା ୧୦୩୪ କୋଟି ମଧ୍ୟରୁ ସଞ୍ଜୟ ରାଉତ ୩,୨୭,୮୫,୪୬୫ ଟଙ୍କା ନିଜର ସମ୍ପତ୍ତି ବଢ଼ାଇବାରେ ଖର୍ଚ୍ଚ କରିଛନ୍ତି। ଏଥିସହ ସେ ବିଭିନ୍ନ ମଉଜ ଟ୍ରିପ ଓ ଅନ୍ୟାନ୍ୟ ବାବଦରେ ମଧ୍ୟ ଏହି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଖର୍ଚ୍ଚ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ସେପ୍ଟେମ୍ବର ୧୫ରେ ଦାଖଲ ହୋଇଥିବା ସପ୍ଲିମେଣ୍ଟାରୀ ଚାର୍ଜଶିଟ ଉଲ୍ଲେଖ କରାଯାଇଥିବା ଇଡି କହିଛି।

 

Show More

Related Articles

Back to top button