ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର
ପୁଣି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ

ଫୋନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ । ଖବର ପାଇବା ପରେ ତୁରନ୍ତ ତପ୍ତର ହୋଇପଡିଛି ରାଜ୍ୟ ଗୋଇାନ୍ଦା ବିଭାଗ । ଧମକ ଦେଉଥିବା ବ୍ୟକ୍ତି ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ ପାଇନାହିଁ। ତେବେ ଏହି ଧମକ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବର୍ଷା ବାସଭବନ ଏବଂ ମୁଖ୍ୟମନ୍ତ୍ରୀଙ୍କ ପରିବାରର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି।
ଗୋଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆତ୍ମଘାତୀ ବିସ୍ଫୋରଣରେ ମୁଖ୍ୟମନ୍ତ୍ରୀଙ୍କ ହତ୍ୟା ପାଇଁ ଏକ ଷଡଯନ୍ତ୍ର ହୋଇଥିବା ଜଣାପଡିଛି। ମାସେ ପୂର୍ବରୁ ମଧ୍ୟ ମାଓବାଦୀଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯିବ ବୋଲି ଏକ ଧମକପୂର୍ଣ୍ଣ ଚିଠି ତାଙ୍କ କାର୍ଯ୍ୟାଳୟକୁ ଆସିଥିଲା ।