ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ବାଘୁଆ ଜଳସେଚନ ପ୍ରକଳ୍ପର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବିଷ୍ଣୁଙ୍କ ଘର, ଅଫିସ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରାଯାଇଛି। ବିଷ୍ଣୁଙ୍କର ବ୍ରହ୍ମପୁର଼ ନିଳାଦ୍ରୀ ବିହାର, ବିଜୟ ବିହାର, ଗୋବିନ୍ଦ ନଗରରେ ଥିବା ଘରେ ଚଢ଼ାଉ ଚାଲିଥିବା ବେଳେ ବୁଗୁଡ଼ାରେ ବାଘୁଆ ପୋଜେକ୍ଟ ଅଫିସ ଓ ଘର ସମେତ ୪ଟି  ସ୍ଥାନରେ ଚଢ଼ାଉ କରାଯାଇଛି। ବିଜୟ ବିହାରରେ ବିଷ୍ଣୁଙ୍କର ଏକ ଆଲିସାନ ଘର ରହିଛି। ଭିଜିଲାନ୍ସ କର୍ମଚାରୀ ବିଜୟ ବିହାର ସ୍ଥିତ ଘରୁ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛନ୍ତି। ଏହାସହ ସୁନାଗହଣା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ଜଣାଯାଇଛି। ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୭ଟି ଟିମ୍ ସାମିଲ ହୋଇଛନ୍ତି। ଏହି ଟିମ୍‌ରେ ୪ଜଣ ଡିଏସ୍‌ପି ମଧ୍ୟ ଅଛନ୍ତି।

Show More

Related Articles

Back to top button