ଓଡ଼ିଶାଦେଶମୁଖ୍ୟ ଖବର

ଆଗାମୀ ବର୍ଷରେ ଭାରତକୁ ଆହୁରି ଆସିପାରେ ଆଫ୍ରିକୀୟ ଚିତା

ଆଗାମୀ ବର୍ଷରେ ଭାରତକୁ ଆହୁରି ଆସିପାରେ ଆଫ୍ରିକୀୟ ଚିତା । ଦକ୍ଷିଣ ଆଫ୍ରିକା ଏବଂ ନାମ୍ବିଆରୁ ଆହୁରି ଚିତା ଆସିପାରେ ବୋଲି ଖବର ମିଳିଛି । ଏଥିପାଇଁ ଭାରତରେ ଚିତାଙ୍କ ବଂଶବୃଦ୍ଧି ଲାଗି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏନେଇ କଞ୍ଜରଭେସନ ଫଣ୍ଡ ବା ସିସିଏଫର ବିଶେଷଜ୍ଞ ଲୌରି ମାର୍କର ସୂଚନା ଦେଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଚିତାବାଘ ଆଣିବା ଲାଗି ପ୍ରଥମେ ୨୦୦୯ରେ ପ୍ରକ୍ରିୟାରେ ଆରମ୍ଭ ହୋଇଥିଲା । ଭାରତକୁ ଏହି ପ୍ରସ୍ତାବ ନାମିବ୍ୟାର ସିସିଏଫ ବିଶେଷଜ୍ଞମାନେ ପ୍ରଥମେ  ଦେଇଥିଲେ । ପ୍ରାୟ ୧୨ ବର୍ଷ ମଧ୍ୟରେ ପ୍ରକଳ୍ପର ଅନୁଧ୍ୟାନ ଲାଗି ସିସିଏଫର ମୁଖ୍ୟ ଡକ୍ଟର ଲରି ମାର୍କର ବହୁଥର ଭାରତ ଆସିଥିଲେ । ସୁପ୍ରିମକୋର୍ଟ ଗତ ୨୦୨୦ ଜାନୁଆରୀରେ ଚିତା ପ୍ରକଳ୍ପକୁ ଅନୁମୋଦନ କରିଥିଲେ । ଫଳରେ ଜୁଲାଇ ୨୦୨୦ର ଭାରତ ଓ ନାମିବ୍ୟା ମଧ୍ୟରେ ଏକ ବୁଝାମଣା ଚୁକ୍ତି ହୋଇଥିଲା ।

 

 

Show More

Related Articles

Back to top button