ଅପରାଧଦେଶ ବିଦେଶମୁଖ୍ୟ ଖବରରାଜନୀତି

୧୨୦ କୋଟି ଟଙ୍କା ଫାଇନ ଦେବେ ଯୋଗୀ ସରକାର

ନୂଆଦିଲ୍ଲୀ: ପରିବେଶ ନିୟମ ଉଲ୍ଲଂଘନ ଓ ବର୍ଯ୍ୟବସ୍ତୁ ପରିଚାଳନା ଉଲ୍ଲଂଘନ ଅଭିଯୋଗରେ ଉତ୍ତରପ୍ରଦେଶ ସରକାରଙ୍କୁ ଏକ ବଡ଼ ଫାଇନ ଦେବାକୁ ପଡ଼ିବ।  ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ୟୁପି ସରକାରଙ୍କ ଉପରେ ୧୨୦ କୋଟି ଟଙ୍କା ଫାଇନ ଲାଗୁ କରିଛନ୍ତି । ୟୁପିର ଗୋରଖପୁର ଜିଲ୍ଲାରେ ନଦୀର ଉତ୍କଟ ପ୍ରଦୂଷଣ ଏବଂ ନଦୀକୁ ଛଡ଼ାଯାଉଥିବା ବର୍ଯ୍ୟବସ୍ତୁକୁ ନେଇ କୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏନଜିଟିର ଅଧ୍ୟକ୍ଷ ତଥା ଜଷ୍ଟିସ୍‌ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଏହି ରାୟ ଶୁଣାଯାଇଛି। ମୁଖ୍ୟତଃ ଗୋରଖପୁର ନଦୀରେ ୫୫ଏମଏଲଡିର ସୋରେଜ୍‌ ଜଳ ନିର୍ଗତ କରାଯାଇ ଥିବାରୁ ୧୧୦ କୋଟି ଟଙ୍କା ଫାଇନ୍‌ କରାଯାଇଛି। ସେହିପରି ଏଠାରେ ମହାରାଷ୍ଟ୍ର ଆଧାରରେ କ୍ଷତିପୂରଣ ବାବଦକୁ ୧୦ କୋଟି ସାଙ୍ଗକୁ ମୋଟ ୧୨୦ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଛି। ମୁଖ୍ୟତଃ ରାମଗଡ଼ ଲେକ, ଆମି , ରାପ୍ଟି ଏବଂ ରୋହଣି ନଦୀରେ ଜଳ ପୂଦୂଷଣକୁ ନେଇ ଏନଜିଟି ପକ୍ଷରୁ ତଦାରଖ କରାଯାଉଥିଲା। ଆବେଦନକାରୀଙ୍କ କହିବା ଅନୁଯାୟୀ, ପ୍ରଦୂଷିତ ଜଳ ପାଇଁ ଏଠାରେ ଏଣ୍ଟେରୋ ଭାଇରସ ବ୍ୟାପୁଛି। ଯାହା ମସ୍ତିସ୍କ ଜ୍ୱର, ଜାପାନୀ ଏନ୍‌ସେଫାଲାଇଟସ୍‌ , ଆକ୍ୟୁଟ୍‌ ଏନ୍‌ସେଫାଲାଇଟସ୍‌ ସିଣ୍ଡ୍ରୋମ୍‌ ରୋଗ ସୃଷ୍ଟିକାରୀର କାରଣ ସାଜିଛି। ଏହି କାରଣରୁ ଗୋରଖପୁର ମେଡିକାଲ କଲେଜରେ ୧୦୦ରୁ ଊର୍ଦ୍ଧ୍ୱ  ଶିଶୁଙ୍କ ମୃତ୍ୟୁ  ହୋଇଥିବା ଅଭିଯୋଗ ହୋଇଛି। ମାମଲାକୁ ଏନଜିଟି ଗମ୍ଭୀରତାର ସହ ନେଇଥିଲେ। ଯାଞ୍ଚ ବେଳେ ନଦୀକୁ ନଳା ଏବଂ ସୋରେଜ ପାଣି ୫୦ ଏମଏଏଲଡିରୁ ଛଡ଼ାଯାଉଥିବା ଜଣାପଡ଼ି ଥିଲା।  ବିନା ଟ୍ରିଟମେଣ୍ଟ ପ୍ଲାନରେ ସୋରେଜର ପ୍ରଦୂଷିତ ଜଳ ନଦୀ ଗର୍ଭକୁ ନିର୍ଗତ କରାଯାଉଥିଲା। ଏନଜିଟି ପକ୍ଷରୁ ନଦୀ ପୂଦୂଷଣ ଯାଞ୍ଚ ପାଇଁ ୬ ଜଣିଆ କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ପରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Show More

Related Articles

Back to top button