ଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ଜାମିନି ପରେ ବି ଜେଲରେ ରହିବେ କେରଳର ସାମ୍ବାଦିକ ସିଦ୍ଦିକୀ କପ୍ପନ

ନୂଆଦିଲ୍ଲୀ: ଜେଲରୁ ମୁକୁଳିବା ପରେ ବି ଜେଲ୍‌ରେ ରହିବେ କେରଳର ସାମ୍ବାଦିକ ସିଦ୍ଦିକୀ କପ୍ପନ। ସୁପ୍ରିମକୋର୍ଟ ତାଙ୍କୁ ପାଖାପାଖି ୨୩ ମାସ ପରେ ସିଦ୍ଦିକୀଙ୍କୁ ଜାମିନ ପ୍ରଦାନ କରିଥିଲେ। ତେବେ ଜାମିନ ପରେ ମଧ୍ୟ ସେ ଏବେ ଜେଲରେ ରହିବେ। ତାଙ୍କ ବିରୋଧରେ ଥିବା ମାମଲାର ଯାଞ୍ଚ କରୁଛି ଇଡି । ତେଣୁ ବର୍ତ୍ତମାନ ତାଙ୍କୁ ଜାମିନ ପରେ ମଧ୍ୟ ଜେଲରେ ରହିବାକୁ ପଡିବ। ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ଉତ୍ତର ପ୍ରଦେଶର ଏକ ସ୍ଥାନୀୟ ଅଦାଲତ ହାଥରସ ଘଟଣାର ପ୍ରସାରଣ ପାଇଁ ଯାଉଥିବା ବେଳେ ୨୦୨୦ ଅକ୍ଟୋବର ମାସରେ ଗିରଫ କେରଳର ସାମ୍ବାଦିକ ସିଦ୍ଦିକୀ କପ୍ପନଙ୍କୁ ଜେଲରୁ ମୁକ୍ତ ପାଇଁ ଆଦେଶ ଦେଇଥିଲେ। ସୋମବାର ଏନେଇ କୋର୍ଟରୁ ରାୟ ଆସିଥିଲା। କପ୍ପନଙ୍କୁ ବେଆଇନ୍‌ ଗତିବିଧି ନିରୋଧକ ଆଇନ୍‌, ଆଇଟି ଆଇନ୍‌ ତଥା ବିଭିନ୍ନ ଆଇନ୍‌ ଅନୁଯାୟୀ ଗିରଫ କରାଯାଇଥିଲା। ସେପ୍ଟେମ୍ବର ୯ ତାରିଖରେ ଜଷ୍ଟିସ ଅନୁରୋଧ ମିଶ୍ରା କପ୍ପନଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁର ଜାମିନ ପତ୍ର ତଥା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଥିଲେ। ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଧାରିତ ସର୍ତ୍ତ ଉଲ୍ଲଙ୍ଘନ ନକରିବାକୁ କୁହାଯାଇଥିଲା। ଉଲ୍ଲେଖଯୋଗ୍ୟ, ୫ ଅକ୍ଟୋବର ୨୦୨୦ରେ କେରଳର ସାମ୍ବାଦିକ ସିଦ୍ଦିକୀ କପ୍ପନ ସହ ଅଥିକୁର ରହମାନ, ଆଲମ ଏବଂ ମସୁଦଙ୍କୁ ଉତ୍ତରପ୍ରଦେଶ ପୁଲିସ ଗିରଫ କରିଥିଲା। ଧାରା ୧୫୧ ଅନୁଯାୟୀ ଏମାନଙ୍କୁ କୌଣସି ବଡ ଅପରାଧ କରିବା ପାଇଁ ଯୋଜନା ରଖିଥିବା ସନ୍ଦେହରେ ଗିରଫ କରାଯାଇଥିଲା ।

Show More

Related Articles

Back to top button