ଖେଳଦେଶ ବିଦେଶମୁଖ୍ୟ ଖବର

ଦିନିକିଆ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି ଆରୋନ ଫିଞ୍ଚ

କାଇରାନ୍‌ସ : ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ ତଥା ଅଧିନାୟକ ଆରୋନ ଫିଞ୍ଚ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି। ଶନିବାର ସକାଳେ ଫିଞ୍ଚ ଗଣମାଧ୍ୟମ ସମ୍ମୁଖରେ ଅବସର ନେଇ ସୂଚନା ଦେଇଛନ୍ତି ଆରୋନ ଫିଞ୍ଚ। ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୩ୟ ଦିନିକିଆ ମ୍ୟାଚ ଫିଞ୍ଚ ଙ୍କ ପାଇଁ ଶେଷ ଦିନିକିଆ ମ୍ୟାଚ ହେବ। ଦିନିକିଆରୁ ଅବସର ଘୋଷଣା କରିଥିଲେ ମଧ୍ୟ ଟ୍ବେଣ୍ଟି୨୦ଖେଳିବା ଜାରି ରଖିବେ ବୋଲି ଫିଞ୍ଚ କହିଛନ୍ତି। ଫିଞ୍ଚ ଏବେ ଉଭୟ ଦିନିକିଆ ଓ ଟ୍ବେଣ୍ଟି୨୦ ଅଷ୍ଟ୍ରେଲିଆ ଦଳର ଅଧିନାୟକ ରହିଛନ୍ତି। ତାଙ୍କ ଅଧିନାୟକତ୍ବରେ ଅଷ୍ଟ୍ରେଲିଆ ୨୦୨୧ରେ ଟ୍ବେଣ୍ଟି୨୦ ବିଶ୍ବକପ ଜିତିଥିଲା। ୩୫ ବର୍ଷୀୟ ଫିଞ୍ଚ ୧୪୫ଟି ଦିନିକିଆ ମ୍ୟାଚରୁ ୩୯.୧୩ ପ୍ରତିଶତ ହାରରେ ୧୭ଟି ଶତକ ଓ ୧୩ଟି ଅର୍ଦ୍ଧଶତକ ସହ ୫୪୦୧ରନ କରିଛନ୍ତି। ରିକି ପଣ୍ଟିଂ ୨୯ , ମାର୍କ ୱ ଓ ଡେଭିଡ୍‌ ୱାର୍ଣ୍ଣରଙ୍କ ୧୮ ଟି ଲେଖାଏଁ ଶତକ ପରେ ଫିଞ୍ଚ ୪ର୍ଥ ଅଷ୍ଟ୍ରେଲୀୟ କ୍ରିକେଟର ଭାବେ ଦିନିକିଆରେ ୧୭ଟି ଶତକ ହାସଲ କରିଛନ୍ତି। ଫିଞ୍ଚ ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଶେଷ ୭ଟି ଦିନିକିଆରୁ ଫିଞ୍ଚ ୫, ୫, ୧, ୧୫, ୦, ୦, ୦ ରନ କରିଛନ୍ତି। ଆସନ୍ତା ଅକ୍ଟୋବରରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ ଉପରେ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ଦିନିକିଆ କ୍ରିକେଟରୁ ଅବସର​‌ ନେଇ ଘୋଷଣା କରିଛନ୍ତି। ଦିନିକିଆ କ୍ରିକେଟରୁ ଅବସର ନେବାର ଏହା ଉପଯୁକ୍ତ ସମୟ ବୋଲି ଫିଞ୍ଚ କହିଛନ୍ତି। ସେହିପରି ଫିଞ୍ଚ ୫ଟି ଟେଷ୍ଟ ମ୍ୟାଚ ଖେଳି ୨୭୮ରନ ଓ ୯୨ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳି ୨ଟି ଶତକ ଓ ୧୭ଟି ଅର୍ଦ୍ଧଶତକ ସହ ୨୮୫୫ରନ କରିଛନ୍ତି।

Show More

Related Articles

Back to top button