ପୁଣି ବୃଦ୍ଧି ପାଇଲା ପନିପରିବା ଦର , ଚିନ୍ତାରେ ଖାଉଟି

ଦିନକୁ ଦିନ ଅତ୍ୟାବଶକ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପାଉଥିଲାବେଳେ ପୁଣି ବୃଦ୍ଧି ପାଇଲା ପନିପରିବା ଦର । ଖରାପ ପାଣିପାଗ ଯୋଗୁଁ ବଜାରରେ ନିତାନ୍ତ ଆବଶ୍ୟକ ପଡୁଥିବା ପନିପରିବାଗୁଡିକର ଦର ଆକାଶଛୁଆଁ ବଢାଇଛନ୍ତି ବ୍ୟବସାୟୀ । ଏହାକୁ ନେଇ ଚିନ୍ତାରେ ଖାଉଟି ।
ତେବେ ବଜାରରେ ଲେମ୍ବୁର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି । ଟମାଟୋ ମଧ୍ୟ କିଲୋଗ୍ରାମରେ ୪୦-୬୦ଟଙ୍କାରେ ପହଞ୍ଚିଲାଣି। ସେହିପରି ବର୍ତ୍ତମାନ ବିବାହ ସିଜିନ ଥିବାରୁ ତେଲର ମୂଲ୍ୟ ହ୍ରାସ ପାଇଥିବାବେଳେ ମଇଦା, ଚାଉଳ ଏବଂ ଡାଲିର ମୂଲ୍ୟ ପାଞ୍ଚରୁ ଦଶ ଟଙ୍କା ବୃଦ୍ଧି ପାଇଛି। ମଣ୍ଡିରେ ପନିପରିବା ବିକ୍ରେତାମାନେ କହିଛନ୍ତି ଯେ କମ୍ ବର୍ଷା ଏବଂ ଅନୁକୂଳ ପାଗ ନ ଥିବାରୁ ବଜାରରେ ଟମାଟୋ ସମେତ ପନିପରିବା ଆସିବା ହ୍ରାସ ପାଇଛି। ଯେଉଁ କାରଣରୁ ହୋଲସେଲ ହାରରେ ବୃଦ୍ଧି ଖୁଚୁରା ମୂଲ୍ୟରେ ବୃଦ୍ଧି ଘଟାଇଛି ।
ସୂଚନା ଯୋଗ୍ୟ, ଗତ କିଛିଦିନ ପୂର୍ବରୁ ଆଳୁ ୨୦ଟଙ୍କା ଥିବା ବେଳେ ଏବେ ୨୫ଟଙ୍କା ରେ ପହଞ୍ଚିଛି । ସେହିପରି ପିଆଜ ୨୦ଟଙ୍କା ରୁ ୨୫ଟଙ୍କା ରେ ଏବଂ ଟମାଟୋ ୨୦ଟଙ୍କା ରୁ ୪୦/ ୬୦ଟଙ୍କା । ଲଙ୍କା ୩୦ଟଙ୍କା ରୁ ୪୦ /୬୦ଟଙ୍କା ରେ ପହଞ୍ଚିଛି । ଭେଣ୍ଡି ୧୫ଟଙ୍କା ରୁ ୨୦/୨୫ ଟଙ୍କା ରେ ପହଞ୍ଚିଛି ।