ଓଡ଼ିଶାଦୁର୍ଘଟଣା

ବିଦ୍ୟୁତ ଟ୍ରାନ୍ସଫର୍ମରରେ ଅଗ୍ନିକାଣ୍ଡ ସହ ବ୍ଳାଷ୍ଟ୍, ଆତଙ୍କିତ ଗ୍ରାମବାସୀ

ବିଦ୍ୟୁତ ଟ୍ରାନ୍ସଫର୍ମରରେ ଅଗ୍ନିକାଣ୍ଡ ସହ ବ୍ଳାଷ୍ଟ୍ । ଏଭଳି ଅଘଟଣ ଦେଖିବାକୁ ମିଳିଛି ବ୍ରହ୍ମପୁରରେ ଲକ୍ଷ୍ମି ନୃସିଂହ ସାହା ୧୨ ନମ୍ବର ଗଳିରେ । ତେବେ ଏଥିରେ କୌଣସି ଅଘଟଣ ଘଟିନଥିବାବେଳେ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଥିଲେ ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ବ୍ରହ୍ମପୁରରେ ଲକ୍ଷ୍ମି ନୃସିଂହ ସାହା ୧୨ ନମ୍ବର ଗଳିରେ ହଠାତ୍ ବିଦ୍ୟୁତ ଟ୍ରାନ୍ସଫର୍ମରରେ ଅଗ୍ନିକାଣ୍ଡ ହୋଇଥିଲା । ଏହାକୁ ଗଣେଶ ପୂଜା ବିସର୍ଜନ ସମୟରେ ବାଣ ଫୁଟା ଦୃଶ୍ୟ ଭାବି ନିରବ ରହିଥିଲେ ଗ୍ରାମବାସୀ କିନ୍ତୁ ପରବର୍ତ୍ତୀ ସମୟରେ ବ୍ଳାଷ୍ଟ୍ ହେବା ଦେଖି ସେମାନେ ଭୟଭୀତ ହୋଇଥିଲେ ଏବଂ ତୁରନ୍ତ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ । ସୌଭାଗ୍ୟବଶତଃ ଏଥିରେ କାଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ ।

ତେବେ ଅନ୍ୟପଟେ ଅସଜଡା, ଅବହେଳିତ ବିଦ୍ୟୁତ ପୋଲ, ଟ୍ରାନ୍ସଫର୍ମରରେ ପ୍ରତି ବିଭାଗ ପକ୍ଷରୁ ଦୃଷ୍ଟି ଦିଆଯାଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

Show More

Related Articles

Back to top button