Breaking PLUSଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଦେବୀ ମା’ଙ୍କ ଦର୍ଶନ କରିବାକୁ ଯାଉଥିବା ସମୟରେ ୬ ତୀର୍ଥ ଯାତ୍ରୀଙ୍କୁ ଚାପି ଦେଲା କାର୍

ଅହମ୍ମଦାବାଦ: ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ତୀର୍ଥ ଯାତ୍ରୀଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ ଆଉ ୭ ଜଣ ଗୁରୁତର ହୋଇଛନ୍ତି। ତୀର୍ଥଯାତ୍ରୀମାନେ ସକାଳୁ ସକାଳୁ ଅମ୍ବାଜୀ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ସେମାନଙ୍କ ଉପରେ ଚଢି ଯାଇଥିଲା। ଏହି ତୀର୍ଥଯାତ୍ରୀମାନେ ପଞ୍ଚମହଲ ଜିଲ୍ଲାର କାଲୋଲ ତହସିଲର ଥିଲେ ବୋଲି ସୂଚନା ମିଳିଛି। ଆଜି ସକାଳୁ ସକାଳୁ ବହୁ ସଂଖ୍ୟାରେ ତୀର୍ଥ ଯାତ୍ରୀ ପ୍ରସିଦ୍ଧ ଅମ୍ବାଜୀ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ପଛରୁ ଆସୁଥିବା ଏକ କାର୍‌ ୬ ଯାତ୍ରୀଙ୍କୁ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟରେ ରାସ୍ତାରେ ଯାଉଥିବା ଅନ୍ୟ ୭ ଜଣଙ୍କ ସମେତ କାର୍‌ ଡ୍ରାଇଭର ମଧ୍ୟ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ଏଥିସହ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

 

Show More

Related Articles

Back to top button