ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର
ଶପଥ ନେଲେ ଜଷ୍ଟିସ୍ ଉଦୟ ଉମେଶ ଲଳିତ୍

ଶପଥ ନେଲେ ଜଷ୍ଟିସ୍ ଉଦୟ ଉମେଶ ଲଳିତ୍ । ଆଜି ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଉଦୟ ଉମେଶ ଲଳିତ୍ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଭବନର ଦରବାର ହଲ୍ ଠାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ସିଜେଆଇ ଭାବେ ଜଷ୍ଟିସ୍ ଲଳିତଙ୍କର କାର୍ଯ୍ୟକାଳ ମାତ୍ର ୭୪ ଦିନ ରହିବ । ନଭେମ୍ବର ୮ରେ ସେ ଅବସର ଗ୍ରହଣ କରିବେ । ଜଷ୍ଟିସ ୟୁ ୟୁ ଲଳିତ ଏଭଳି ଦ୍ୱିତୀୟ ପ୍ରଧାନ ବିଚାରପତି ଯିଏ କି ସୁପ୍ରିମକୋର୍ଟ ବାରରୁ ସିଧାସଳଖ ପଦୋନ୍ନତି ପାଇ ମୁଖ୍ୟ ବିଚାରପତି ହୋଇଛନ୍ତି।
ସୂଚନାଥାଉକି, ଗତକାଲି ସୁପ୍ରିମକୋର୍ଟର ୪୮ ତମ ମୁଖ୍ୟ ବିଚାରପତି ଏନଭି ରମଣା ବିଦାୟ ନେଇଥିଲେ । ଏହାପରେ ଜଷ୍ଟିସ୍ ୟୁୟୁ ଲଳିତଙ୍କୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟଧୀଶ ଭାବେ ଦାୟିତ୍ବ ଅର୍ପଣ କରାଯାଇଛି ।