
ଉତ୍ତରପ୍ରଦେଶରେ ଭୟଙ୍କର ଅଗ୍ନିକାଣ୍ଡ । ଉତ୍ତରପ୍ରଦେଶର ମୋରଦାବାଦରେ ଭୟଙ୍କର ଅଗ୍ନିକାଣ୍ଡ । ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ମହିଳା ଓ ୩ ଶିଶୁ ଥିବା ସୂଚନା ମିଳିଛି ।
ମୋଦାବାଦର ଗାଲସାହିଦ ଅଞ୍ଚଳର ଏକ ୩ ମହଲା କୋଠାରେ ହୋଇଛି ଏହି ଅଗ୍ନିକାଣ୍ଡ । ଖବର ପାଇ ଘଟଣାସ୍ଥଳରୁ ୧୨ ଜଣଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ସେହିପରି ତିନି ଘଣ୍ଚାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ ଲିଭିବା ସମ୍ଭବ ବୋଇପାରିଛି ।
ଅନେୟପଟେ ମୋରଦାବାଦ ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।