Breaking PLUSଦେଶ ବିଦେଶମୁଖ୍ୟ ଖବର
ଭୂକମ୍ପରେ ଥରିଲା ରାଜସ୍ଥାନ

ଜୟପୁର: ବିଳମ୍ବିତ ରାତିରେ ଭୂକମ୍ପ ଝଟକାରେ ଥରିଲା ରାଜସ୍ଥାନ। ରାଜସ୍ଥାନର ବିକେନାରବାସୀ ଭୂକମ୍ପ ଝଟକାକୁ ସବୁଠୁ ଅଧିକ ଅନୁଭବ କରିଛନ୍ତି। ସମସ୍ତେ ଶୋଇଥିବା ସମୟରେ ରାତି ପ୍ରାୟ ୨.୦୧ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୧ ରହିଥିଲା। ସେହିପରି ଭୂପୃଷ୍ଠରୁ ୧୦ କିମି ଗଭୀରରେ ଭୂକମ୍ପର କେନ୍ଦ୍ର ସ୍ଥଳ ବୋଲି ଏନସିଏସ୍ ପକ୍ଷରୁ କୁହାଯାଇଛି। ଭୂକମ୍ପ ଝଟକାରେ ଏଯାଏ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ହେଲେ ଝଟକା ପରେ ଲୋକେ ନିଦରୁ ଉଠି ଖୋଲା ସ୍ଥାନକୁ ଦୌଡ଼ି ପଳାଇଥିବା ଖବର ସାମ୍ନାକୁ ଆସିଛି। ଏନସିଏସ୍ ଟ୍ୱିଟ କରି କହିଛି ଯେ “ରାଜସ୍ଥାନର ବିକେନାର ଠାରୁ ୨୩୬ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ରାତି ୨.୦୧ରେ ୪.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି।”