Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

“ଓଡ଼ିଶା ମୋ ପରିବାର”ର ଦାୟିତ୍ୱ ନେଲେ ମିହିର ରାୟ

ଭୁବନେଶ୍ଵର : “ଓଡ଼ିଶା ମୋ ପରିବାର”ର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିହିର ରାୟଙ୍କୁ ଦେଇଛନ୍ତି । ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଯୁବ ସମାଜସେବୀ ମିହିର ରାୟଙ୍କୁ “ଓଡ଼ିଶା ମୋ ପରିବାର”ର ନୂତନ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ “ଓଡ଼ିଶା ମୋ ପରିବାର”ର ଆବାହକ ଅରୂପ ପଟ୍ଟନାୟକ ମିହିର ରାୟଙ୍କୁ ଏହି ଦାୟିତ୍ଵ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଶ୍ରୀ ରାୟ ପ୍ରାୟ ୨୫ ବର୍ଷ ଧରି ଟାଇମ୍ସ ଅଫ୍ ଇଣ୍ଡିଆ ଓ ଏସିଆନ ଏଜ୍‌ ଭଳି ପ୍ରମୁଖ ଇଂରାଜୀ ସମ୍ବାଦପତ୍ରର ପଶ୍ଚିମ ଓଡିଶା ପ୍ରତିନିଧି ଭାବେ କାର୍ଯ୍ୟ କରିବା ସହ ରାଉରକେଲାର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ସଂଗଠନ ସହ ସଂଯୁକ୍ତ ରହି ନିଜକୁ ସକ୍ରିୟ ଭାବେ ସମାଜସେବାରେ ନିୟୋଜିତ କରିଥିଲେ। ଏବେ “ଓଡ଼ିଶା ମୋ ପରିବାର” ଭଳି ରାଜ୍ୟର ସର୍ବବୃହତ ସ୍ୱେଚ୍ଛାସେବୀ ସଙ୍ଗଠନରେ ତାଙ୍କୁ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ମିହିର ରାୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ “ଓଡ଼ିଶା ମୋ ପରିବାର”ର ଆବାହକ ଅରୂପ ପଟ୍ଟନାୟକଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି।

Show More

Related Articles

Back to top button