ଓଡ଼ିଶାମନୋରଞ୍ଜନ

ଆସନ୍ତା ୧୬ ତାରିଖରେ ଅନୁଭବ ବର୍ଷା ମାମଲାର ଶୁଣାଣି

ଆସନ୍ତା ୧୬ ତାରିଖ ଦିନ ସୁପିମକୋର୍ଟରେ ଷ୍ଟାର୍‌ ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦଶିର୍ନୀଙ୍କ ମାମଲାର ଶୁଣାଣି ହେବ। ସୁପ୍ରିମକୋର୍ଟ ବିଚାରପତି ହୃଷୀକେଶ ରାୟଙ୍କ ଜଣିକିଆ ଖଣ୍ଡପୀଠରେ ବର୍ଷା ପ୍ରିୟଦର୍ଶିନୀଙ୍କ ଆବେଦନ ଉପରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି

ଗତମାସ ୧୬ ତାରିଖରେ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ସ୍ଥାନୀୟ ପଟିଆଲା ହାଉସ୍ ପାରିବାରିକ ଅଦାଲତରେ ଅନୁଭବଙ୍କ ଦ୍ବାରା ଦାଖଲ ଛାଡ଼ପତ୍ର ମାମଲାକୁ କଟକ ପାରିବାରିକ ଅଦାଲତକୁ ସ୍ଥାନାନ୍ତର କରିବା ଲାଗି ଏକ ଟ୍ରାନ୍ସଫର ପିଟିସନ ଦାଖଲ କରାଯାଇଥିଲା। ସେ ଦର୍ଶାଇଥିଲେ ଯେ, ବିଭିନ୍ନ କାରଣରୁ ତାଙ୍କୁ ସେଠାକୁ ଯିବା ସମ୍ଭବପର ହେବନାହିଁ।

ଅପରପକ୍ଷେ, ଅନୁଭବ ଏକ କ୍ୟାଭିଏଟ ପିଟିସନ ଦାଖଲ କରି ତାଙ୍କର ପକ୍ଷ ରଖିବା ପୂର୍ବରୁ ଏହି ମାମଲାକୁ ସ୍ଥାନାନ୍ତର ନ କରିବାକୁ ପ୍ରାର୍ଥନା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୩ ତାରିଖରେ ଦିଲ୍ଲୀର ପଟିଆଲା ହାଉସ୍‌ ପାରିବାରିକ ଅଦାଲତ ଡିସେମ୍ବର ୧୦ରେ ବ୍ୟକ୍ତିଗତ ହାଜର ହେବା ପାଇଁ ନୋଟିସ୍‌ ଜାରି କରିଥିଲେ।

Show More

Related Articles

Back to top button