Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ବିରୋଧୀ ଦଳର ନେତା ହେଲେ ଜୟନାରାୟଣ ମିଶ୍ର

ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳର ନେତା। ଆଜି ସାମ୍ବାଦିକ ସମ୍ମିଳନୀ କରି ଆନୁଷ୍ଠାନିକ ଭାବେ ତାଙ୍କ ନାଁ ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ନୂଆ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇ କହିଛନ୍ତି, ” ମୁଁ ପାରୁ ପର୍ଯ୍ୟନ୍ତ ଏହି ଗୁରୁଦାୟିତ୍ୱ ତୁଲାଇବି”। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅସୁସ୍ଥ ହୋଇ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ସେ ଦୀର୍ଘ ଦିନ ହେଲା ବିଧାନସଭାକୁ ଆସୁନଥିବାରୁ ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀ ଦଳର ନେତା ପରିବର୍ତ୍ତନ ହୋଇପାରନ୍ତି ବୋଲି କୁହାଯାଉଥିଲା। ଏଥିପାଇଁ ଜୟନାରାୟଣ ମିଶ୍ରଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଥିଲା। ରାଜ୍ୟ ବିଜେପିର ସମସ୍ତ ବିଧାୟକ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ନୂଆ ବିରୋଧୀ ଦଳ ନେତା ପାଇଁ ପ୍ରସ୍ତାବ ରଖିବା ସହ ରାଜ୍ୟ ସଭାପତିଙ୍କୁ ଅବଗତ କରାଇଥିଲେ। ଅନେକ ବିଚାର ବିମର୍ଶ ପରେ ଆଜି ଜୟ ନାରାୟଣଙ୍କ ନାଁ ଘୋଷଣା କରାଯାଇଛି। ଏବେ ପ୍ରଦୀପ୍ତ ନାୟକଙ୍କ ସ୍ଥାନ ନେଇଛନ୍ତି ଜୟନାରାୟଣ ମିଶ୍ର।  ଜୟନାରାୟଣ ମିଶ୍ର ହେଉଛନ୍ତି ସମ୍ବଲପୁର ବିଧାୟକ। ସେ ଚାରି ଚାରି ଥର ବିଧାୟକ ନିର୍ବାଚିତ ହୋଇସାରିଛନ୍ତି। ପୂର୍ବରୁ ସେ ପରିବହନ ଏବଂ ବାଣିଜ୍ୟ ମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଛନ୍ତି। ଜୟନାରୟଣ ମିଶ୍ର ବରିଷ୍ଠ ତଥା ଅଭିଜ୍ଞ ନେତା ହୋଇଥିବାରୁ ତାଙ୍କୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶ ହେଉ ବା ରାଜ୍ୟ, ବିରୋଧୀଙ୍କ ଭୂମିକା ସବୁଠାରେ ଗୁରୁତ୍ୱପୂର୍ଣ୍ଣ। ସତ୍ତାଧାରୀ ସରକାର ଯେତେବେଳେ ବାଟ ହୁଡନ୍ତି ବିରୋଧୀ ସେହି ସମୟରେ ନିଜର ଯୁକ୍ତି, ପ୍ରଶ୍ନ ଏବଂ ବିକ୍ଷୋଭ ଆନ୍ଦୋଳନ ମାଧ୍ୟମରେ ସଚେତନ କରିଥାନ୍ତି।

Show More

Related Articles

Back to top button